‘ଇଣ୍ଡିଆଜ୍ ମୋଷ୍ଟ୍ ୱାଣ୍ଟେଡ୍’ର ଟିଜର୍ ରିଲିଜ୍, ରଫ୍ ଆଣ୍ଡ୍ ଟଫ୍ ଲୁକରେ ଅର୍ଜୁନ୍
ଅର୍ଜୁନ୍ କପୁରଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ୍ ୱାଣ୍ଟେଡ୍’ର ଟିଜର୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରାଯାଇଛି । ଅର୍ଜୁନ୍ ତାଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫିଲ୍ମର ପୋଷ୍ଟରଗୁଡ଼ିକୁ ବ୍ୟାକ୍ ଟୁ ବ୍ୟାକ୍ କରି ପୋଷ୍ଟ୍ କରିଥିଲେ । ପ୍ରଥମ ପୋଷ୍ଟରର କ୍ୟାପସନ୍ ଥିଲା – ‘ଆଇ ଆମ୍ ପ୍ରାଉଡ୍ ଟୁ ପ୍ରେଜେଣ୍ଟ୍ ଟୁ ଅଲ୍ ଅଫ୍ ୟୁ’ । ଦ୍ୱିତୀୟ ଫଟୋରେ ସେ ଲେଖିଥିଲେ – ‘ ହି ୱାଜ୍ ଫିୟରଲେସ୍ । ହି ୱାଜ୍ ନେମ୍ଲେସ୍ । ହି ୱାଜ୍ କଲଡ୍ ଇଣ୍ଡିଆଜ୍ ଓସାମା । ପ୍ରେଜେଣ୍ଟିଙ୍ଗ୍ – ଇଣ୍ଡିଆଜ୍ ମୋଷ୍ଟ୍ ୱାଣ୍ଟେଡ୍’ । ଏହା ପରେ ଫିଲ୍ମର ଟିଜର୍ ସେୟାର୍ କରାଯାଇଥିଲା ଏବଂ ସେଥିରେ ଅର୍ଜୁନ୍ ରଫ୍ ଆଣ୍ଡ୍ ଟଫ୍ ଲୁକରେ ନଜର ଆସିଛନ୍ତି । ଆକ୍ସନରେ ଭରପୁର ଏହି ଟିଜର୍ ଅର୍ଜୁନଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଆକ୍ସନ୍ ଥ୍ରୀଲର୍ ମୁଭିର ନିର୍ଦ୍ଦେଶନା ଓ କାହାଣୀ ରଚନା କରିଛନ୍ତି ରାଜ କୁମାର ଗୁପ୍ତା । ଏଥିରେ ଅର୍ଜୁନଙ୍କ ସହିତ ରାଜେଶ ଶର୍ମା, ପ୍ରଶାନ୍ତ, ଶାନ୍ତିଲାଲ୍ ମୁଖାର୍ଜି, ଗୌରବ ମିଶ୍ରା, ଆସିଫ୍ ଖାନ୍ ଓ ପ୍ରଶାନ୍ତ ପି ଆଲେକ୍ସଜେଣ୍ଡର୍ ସ୍କ୍ରୀନ୍ ସେୟାର୍ କରିଛନ୍ତି । ଆଗାମୀ ମେ’ ମାସ ୨୪ ତାରିଖରେ ଏହା ମୁକ୍ତିଲାଭ କରିବ ।