୯ଥରର ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେଲେ

ଭଦ୍ରକ ଲୋକସଭା ଆସନରୁ ଟିକେଟ୍ ନ ମିଳିବାରୁ ସାଂସଦ ଅର୍ଜୁନ ଚରଣ ସେଠୀ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ଓ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୁଅ ଅଭିମନ୍ୟୁଙ୍କୁ ଭଦ୍ରକ ଲୋକସଭା ଆସନରୁ ଟିକେଟ୍ ନ ମିଳିବାରୁ ସାଂସଦ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ। ଏ କଥା ସେ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ଗତ କିଛି ମାସ ମଧ୍ୟରେ ମୁଁ ଆପଣଙ୍କୁ ବାରମ୍ବାର ଭେଟିଥିଲି। ୟା ଭିତରେ ଆପଣ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ମୋ ପୁଅକୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯିବ। କିନ୍ତୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା। ଅର୍ଜୁନ ଆହୁରି ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଯାଇଥିଲି। ଆପଣଙ୍କୁ ଭେଟିବାକୁ ନବୀନ ନିବାସରେ ମୁଁ ୪ ଘଣ୍ଟା ଧରି ଅପେକ୍ଷା କରିଥିଲି। ଏହା ସତ୍ତ୍ୱେ ଆପଣଙ୍କ ପାୱାର କରିଡର ମୋତେ ଆପଣଙ୍କ ସହିତ ଭେଟିବାକୁ ସୁଯୋଗ ଦେଇ ନଥିଲା। ଏ ବୟସରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ମୋ ପାଇଁ ଗ୍ରହଣୀୟ ନଥିଲା। ମୁଁ ଅନୁଭବ କଲି ବିଜେଡି ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲି ଯାଇଛି।

ସେ ଲେଖିଛନ୍ତି,ବିଜେଡି ଓ ଆପଣ ନିଜେ ଏହା ସ୍ପଷ୍ଟ କରି ଦେଲେ ଯେ ଦଳରେ ଆଉ ମୋର କିଛି ଆବଶ୍ୟକତା ନାହିଁ। ଏ ବୟସରେ ଏହା ମୋ ପାଇଁ ବଡ଼ ଝଟକା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଇସ୍ତଫା ଦେଉଛି। ସୂଚନାଯୋଗ୍ୟ, ଅର୍ଜୁନ ସେଠୀ ୫ ଥର ବିଜେଡି ଟିକେଟ୍‌ରେ ଲୋକସଭାକୁ ଯାଇଥିବା ବେଳେ ଥରେ ଜନତା ଦଳ ଓ ଦୁଇ ଥର କଂଗ୍ରେସ ଟିକେଟ୍‌ରେ ଯାଇଥିଲେ। ସବୁଥର ସେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

ଭଦ୍ରକରୁ ୯ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅର୍ଜୁନଙ୍କୁ ଦଳ ଏଥର ଟିକେଟ ଦେଇନାହିଁ । ତାଙ୍କ ବଦଳରେ ଧାମନଗର ବିଧାୟକ ଶଶିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ସାଂସଦ କରିଛି । ସେପଟେ ଧାମନଗର ବିଧାନସଭା ଆସନ ପାଇଁ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶୁଣାଯାଉଥିଲା । ଯଦିଓ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ତଥାପି ପୁଅଙ୍କୁ ଟିକେଟ ମିଳିନଥିବା ଆଶଙ୍କା କରି ସେ ଦଳ ଛାଡିଛନ୍ତି । ଅର୍ଜୁନଙ୍କ ଇସ୍ତଫା ପୂର୍ବରୁ ତାଙ୍କ ସହେଯାଗୀ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗା ପ୍ରସନ୍ନ ଦାସ ଦଳ ଛାଡିଛନ୍ତି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

ରାଜଗାଙ୍ଗପୁରରେ ସର୍ବାଧିକ ପ୍ରାର୍ଥୀ, ୬୩ ବିଧାନସଭା ମଣ୍ଡଳୀ ପାଇଁ ୪୩୪ ଦାବିଦାର

Leave a Reply

Your email address will not be published.