ମନଇଚ୍ଛା ଲଦାଯାଉଛି ଦେଶଦ୍ରୋହ ଦୋଷ!

ଭୁବନେଶ୍ଵର, (ଓଟି): ଆଳିପିଙ୍ଗଳ ଜେଲ୍‌ରୁ ରିମାଣ୍ଡ ପାଇଥିବା ପ୍ରଶାନ୍ତ ପଣ୍ଡା, ଶତ୍ରୁଘ୍ନ ବିଶ୍ଵା, ଏବଂ ମଞ୍ଜୁଲତା ମୁଦୁଲିଙ୍କ ଉପରେ ଦେଶଦ୍ରୋହ ଅପରାଧ ମାମଲା ଏବଂ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ( ୟୁଏପିଏ)ର ଧାରା ୧୦ ଏବଂ ୧୩ ଲଗାଯିବାକୁ ନିନ୍ଦା କରିଛନ୍ତି ରାଜ୍ୟର କିଛି ମାନବାଧିକାର କର୍ମୀ। ସେମାନଙ୍କ ମତରେ ଏହି ଅଭିଯୋଗସବୁ ମନଇଚ୍ଛା ଲଗାଯାଇଛି। ଏଣୁ ଏଗୁଡ଼ିକର ଠିକଣା ବିଚାର କରାଯିବାକୁ ଦାବି କରାଯାଇଛି।

ଏକ ଯୁକ୍ତିସମ୍ବଳିତ ପତ୍ରରେ ମାନବାଧିକ କର୍ମୀ ବିଶ୍ଵପ୍ରିୟ କାନୁନଗୋ, ରଞ୍ଜନା ପାଢ଼ୀ, ପ୍ରମୋଦିନୀ ପ୍ରଧାନ, ଶ୍ରୀମନ୍ତ ମହାନ୍ତି, ସୂର୍ଯ୍ୟ ଦାଶ, ପ୍ରଶାନ୍ତ ପାଇକରାୟ, ପ୍ରଫୁଲ୍ଲ ସାମନ୍ତରା, ସୁଧୀର ପଟ୍ଟନାୟକ, ଶିବରାମ, ପ୍ରତିମା ଦାସ, ବିବେକ ରଞ୍ଜନ, ରୁମିତା କୁଣ୍ଡୁ, ନରେନ୍ଦ୍ର ମହାନ୍ତି, ତପନ ମିଶ୍ର, ମନୋରଞ୍ଜନ ରାଉତରାୟ, ଧୀରେନ୍ଦ୍ର ପଣ୍ଡା, ସି ଧନୀ, ଗୋଲକ ବିହାରୀ ନାଥ, ଦେବରଞ୍ଜନ ପ୍ରମୁଖ ସେମାନଙ୍କୁ ଜାମିନ ନମିଳିବା ପ୍ରସଙ୍ଗକୁ କେନ୍ଦ୍ର କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଶ୍ରୀ କାନୁନଗୋ କହିଛନ୍ତି, ଯେଉଁ ନିର୍ଦିଷ୍ଟ ମାମଲାରେ ପ୍ରଥମେ ୪ ଜଣ ଏବଂ ତା’ପରେ ୨ଜଣଙ୍କୁ ଖଲାସ କରାଗଲା ସେହି ମାମଲାରେ ଏହି ତିନି ଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯିବା ଅଶୋଭନୀୟ। ୨୦୦୮ ମସିହା ଅଗଷ୍ଟ ୮ ତାରିଖରେ ରଘୁନାଥପୁର ଥାନାରେ ରୁଜୁ ହୋଇଥିବା ଏକ ଏତଲାକୁ କେନ୍ଦ୍ରକରି ପୁଲିସ ଏକ ମାମଲା ରୁଜୁ କଲା। ଏଥିରେ ଅଭିଯୁକ୍ତମାନେ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଦର୍ଶାଇଥିଲେ। ତାଙ୍କ ନିକଟରୁ କିଛି ସମ୍ବେଦନଶୀଳ ସାମଗ୍ରୀ ଜବତ ହୋଇଥିବା ନେଇ ମଧ୍ୟ ଦର୍ଶାଯାଇଥିଲା। କିନ୍ତୁ କୋର୍ଟ ଆଗରେ ଏହା ପ୍ରମାଣିତ ନହୋଇପାରିବାରୁ ୨୦୧୦ମସିହା ଜୁଲାଇ୩୧ ତାରିଖରେ ପ୍ରତିମା ଦାସ, ଦେବେନ୍ଦ୍ର ଦାସ, ସୁରେଶ ମଲିକ, ଯୋଗେଶ ଚନ୍ଦ୍ର ରାଉତଙ୍କୁ ମୁକ୍ତି ଦେଇଥିଲା। ପରବର୍ତ୍ତୀ ସମୟରେ ୨୦୧୬ ମସିହାରେ ପ୍ରସନ୍ନ ପାଳ ଏବଂ ରଞ୍ଜନ ରାଉତଙ୍କୁ ମୁକ୍ତି ମିଳିଥିଲା। କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ଶତ୍ରୁଘ୍ନ ବିଶ୍ଵାଳ ଏବଂ ପ୍ରଶାନ୍ତ ପରିଡ଼ା ଯେତେବେଳେ ଜାମିନ ପାଇଁ ଆବେଦନ କରିଥିଲେ କୋଟ; ତାହାକୁ ଖାରଜ କରିଥିଲେ।

ଏକ ନିର୍ଦୀିଷ୍ଟ ମାମଲାରେ କିଛି ଲୋକଙ୍କୁ ଜାମିନ ମିଳିବା ଏବଂ ସେହି ମାମଲାରେ ଅନ୍ୟ କିଛିଙ୍କୁ ଜେଲ୍‌ ଭୋଗିବା ଘଟଣାକୁ ନେଇ ଓକିଲ ଏବଂ ସାମାଜିକ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *