ଚଳିତବର୍ଷ ବିବାହ କରିପାରନ୍ତି ଅରବାଜ୍ ଖାନ୍
ମଲାଇକାଙ୍କ ସହ ବ୍ରେକଅପ୍ ପରେ ଅର୍ବାଜ୍ ଖାନ୍ ଓ ତାଙ୍କର ଗାର୍ଲଫ୍ରେଣ୍ଡ ଜର୍ଜିଆଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଆଜିକାଲି ଏହି ସମ୍ପର୍କକୁ ନେଇ ଆହୁରି ବହୁତ କିଛି ଖବର ଶୁଣିବାକୁ ମିଳୁଛି । ସାଧାରଣତଃ ବଲିଉଡ୍ ତାରକାମାନେ ସେମାନଙ୍କର ଲଭ୍ ଆଫେୟାର୍କୁ ମିଡିଆଠାରୁ ଦୂରରେ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅର୍ବାଜ୍ ଓ ଜର୍ଜିଆଙ୍କ କ୍ଷେତ୍ରରେ ଏହାର ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ପ୍ରାୟ ଦିନ ଅର୍ବାଜ୍ ଓ ଜର୍ଜିଆ ପାର୍ଟି କରିବା ସହ ବିଭିନ୍ନ ଇଭେଣ୍ଟ୍ ଓ ବିବାହ ପାର୍ଟିରେ ଏହି ଲଭବାର୍ଡ଼ଙ୍କ ଉପସ୍ଥିତି ସମସ୍ତଙ୍କ ନଜରକୁ ଆସୁଛି । ଏ ସମ୍ପର୍କରେ ଅରବାଜଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି ଯେ ସେମାନଙ୍କ ମଧ୍ୟରେ ଲୁଚାଇବା ଭଳି କୌଣସି ଜିନିଷ ନାହିଁ । ଏବେ ଜର୍ଜିଆ ହିଁ ତାଙ୍କ ଜୀବନରେ ଅଛନ୍ତି । ଆହୁରି ଏକ ଖବର ଶୁଣିବାକୁ ମିଳୁଛି ଯେ ଆନୁମାନିକ ଭାବେ ଚଳିତବର୍ଷ ଅର୍ବାଜ୍ ଓ ଜର୍ଜିଆ ନିକାହ କରିପାରନ୍ତି । କିନ୍ତୁ ବିବାହର ତାରିଖ କିମ୍ବା ଏ ସମ୍ପର୍କିତ ଅନ୍ୟକୌଣସି ପ୍ରସ୍ତୁତି ଜଣାପଡ଼ୁନାହିଁ । ୧୯୯୮ରେ ଅରବାଜ୍ ଓ ମଲାଇକାଙ୍କ ନିକାହ ହୋଇଥିଲା ଏବଂ ଏବେ ତାଙ୍କର ୧୫ ବର୍ଷର ପୁଅ ଅଛି । ୨୦୧୬ରେ ଅରବାଜ୍ ଓ ମଲାଇକାଙ୍କ ତଲାକ୍ ହୋଇଥିଲା । ଅନ୍ୟ ପକ୍ଷରେ ମଲାଇକା ମଧ୍ୟ ଅର୍ଜୁନ୍ କପୁର୍ଙ୍କ ସହ ଆଫେୟାରରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।