ଆରାଧ୍ୟାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍
ଆଜିକାଲି ସୋସିଆଲ୍ ମିଡିଆରେ ଷ୍ଟାର୍କିଡସଙ୍କ ଫଟୋ ଓ ଭିଡିଓ ଭାଇରାଲ୍ ହେବାର ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ଏବେ ଏହି ଧାରାରେ ବଚ୍ଚନ ପରିବାରର ଗେହ୍ଲୀ ଓ କ୍ୟୁଟ୍ ଆରାଧ୍ୟାଙ୍କ ଏକ ଡ୍ୟାନ୍ସ ଭିଡିଓ ଚହଳ ପକାଇଛି । ଏହି ଭିଡିଓରେ ଆରାଧ୍ୟା ଷ୍ଟେଜ୍ ଉପରେ ‘ଗଲିବୟ’ ଫିଲ୍ମର ‘ମେରେ ଗଲି ମେ…’ଗୀତରେ ଡ୍ୟାନ୍ସ ପରଫରମାନ୍ସ ଦେଉଛନ୍ତି । ଆରାଧ୍ୟାଙ୍କ ସହିତ ଆହୁରି ଅନେକ ଜଣ କୁନିକୁନି ପିଲାମାନେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି ।
ସାମକ୍ ଡାବର ଇନଷ୍ଟିଚ୍ୟୁଟ୍ ଦ୍ୱାରା ଆୟୋଜିତ ସମର ଫଙ୍କ୍ ୨୦୧୯ର ସମାରୋହରେ ଆରାଧ୍ୟା ଏହି ଡ୍ୟାନ୍ସ କରୁଛନ୍ତି । ଆରାଧ୍ୟାଙ୍କ ପ୍ରତିଟି ଷ୍ଟେପ୍ ଦର୍ଶକଙ୍କୁ ଆକର୍ଷିତ କରିଛି ଏବଂ ଐଶ୍ଙ୍କ ପ୍ରଶଂସକଙ୍କ ଠାରୁ ଆରାଧ୍ୟାଙ୍କୁ ଅନେକ ପ୍ରଶଂସା ମିଳିଛି । ଏହା ବ୍ୟତୀତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶଙ୍କ ସହିତ ଆରାଧ୍ୟାଙ୍କ ଚର୍ଚ୍ଚା ଏବେ ପ୍ରଶଂସକ ମହଲର ମୁଖ୍ୟ ପ୍ରସଙ୍ଗ ସାଜିଛି ।