କିଡ୍‌ନୀ ଚୋରି ମାମଲାରେ ଆପୋଲୋ ହସ୍‌ପିଟାଲ୍‌ର ସଫେଇ: ଏନ୍‌ଏଚ୍‌ଆର୍‌ସି ଆମକୁ ଶୁଣିନାହିଁ

ଭୁବନେଶ୍ଵର, (ଓଟି): କିଡ୍‌ନୀ ଚୋରି ମାମଲାରେ ଏନ୍‌ଏଚ୍‌ଆର୍‌ସିଙ୍କ ରାୟକୁ ଅସମୀଚୀନ ବୋଲି ଦର୍ଶାଇଛି ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍‌ପିଟାଲ୍‌। ଏହି ରାୟରେ ଆମ ପକ୍ଷକୁ ଶୁଣିବା ତଥା ଆମ ପାଖରେ ଥିବା ତଥ୍ୟ ପ୍ରମାଣ ଉପସ୍ଥାପନ କରିବା ପାଇଁ ଆୟୋଗ ଆମକୁ ସୁଯୋଗ ଦେଇ ନାହାନ୍ତି ବୋଲି ହସ୍‌ପିଟାଲ୍‌ ପକ୍ଷରୁ ଏକ ପ୍ରେସ୍‌ ବାର୍ତ୍ତା ଜାରି କରାଯାଇଛି ।

ଏହି ବାର୍ତ୍ତାରେ କୁହାଯାଇଛି, ଆମକୁ ଦୋଷୀ ପ୍ରମାଣିତ କରିବା ପୂର୍ବରୁ ମାମଲଶକୁ ଶୁଣିବାର ସୁଯୋଗ ଦିଆଯିବା କଥା।  ସମ୍ପୃକ୍ତ ମାମଲାରେ ଆମେ ଅବାଶ୍ୟକ ଆଇନଗତ ପନ୍ଥା ଗ୍ରହଣ କରିଛୁ, ଏଥିରେ କୌଣସି ବେନିୟମ ହୋଇ ନାହିଁ ବୋଲି ହସ୍‌ପିଟାଲ୍‌ କହିଛି।  ଏହାବାଦ୍‌ ହାଇକୋର୍ଟ ଏହି ମାମଲାରେ ସ୍ଥିତାବସ୍ଥା ଜାରି ପାଇଁ କହିଛନ୍ତି। ଏଣୁ କମିଶନଙ୍କ ଏହି ଏକ ପାଖିଆ ରାୟ ବିପକ୍ଷରେ ଆମେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବୁ। 

ନଭେମ୍ବର ୨୫ ତାରିଖରେ ଜାତୀୟ ମାନବାଧିକାର ଆୟୋଗ ଆପୋଲୋ ହସ୍‌ପିଟାଲ୍‌ରେ ବେଆଇନ କିଡ୍‌ନୀ କାଢ଼ି ନିଆଯିବା ଘଟଣାରେ ଏକ ରାୟ ପ୍ରଦାନ କରିଥିଲେ। ଯେଉଁଥିରେ ସରକାରଙ୍କୁ ଏହି ହସ୍‌ପିଟାଲ୍‌ ରେଜିଷ୍ଟ୍ରେସନ୍‌ ରଦ୍ଦ ପାଇଁ ନିର୍ଦେଶ ଦିଆଯାଇଥିଲା। ଅଧିକ ବିବରଣୀ ପାଇଁ ଏହି ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।

କିଡନୀ ଚୋରୀ ମାମଲା: ଆପୋଲୋ ହସ୍ପିଟାଲ୍ ରେଜିଷ୍ଟ୍ରେସନ ରଦ୍ଦ ପାଇଁ କହିଲେ ଏନ୍ଏ‌ଚଆରସି

 

Leave a Reply

Your email address will not be published. Required fields are marked *