ବିଜେପି ମୁକ୍କାବିଲା ପାଇଁ କଂଗ୍ରେସ ସ୍ଥିତି ଦୁର୍ବଳ : ଆଣ୍ଟୋନୀ

ଶେଷରେ ହନୁ ମଲା ବେଳେ ସତ କହିବା ଭଳି କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ କଂଗ୍ରେସ ସଂଗଠନ ନେଇ ଅପ୍ରିୟ ସତ କଥା କହିଛନ୍ତି। କଂଗ୍ରେସର ସାଂଗଠନିକ ସ୍ଥିତି ଏବେ ଅତ୍ୟନ୍ତ ଦୁର୍ବଳ। ତେଣୁ ବିଜେପି ସହିତ ଏକାକୀ ଲଢ଼ି ଜୟଯୁକ୍ତ ହୋଇପାରିବ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀ କହିଛନ୍ତି । ଏଣୁ କେବଳ ନିଜ ଦମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଦିଚ୍ୟୁତ କରିବାରେ ଏକାକୀ କଂଗ୍ରେସ ସକ୍ଷମ ନୁହେଁ ବୋଲି ବି ସେ କହିଛନ୍ତି।

ମଧ୍ୟପ୍ରଦେଶ,ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ବି ସାଧାରଣ ନିର୍ବାଚନରେ ଏହାର କମ୍ପ୍ରଭାବ ରହିବ। ତେଣୁ କଂଗ୍ରେସ ନେତା ଓ କର୍ମୀମାନେ ସଚେତନ ହେବା ଆବଶ୍ୟକ। କେରଳର ତିରୁବନନ୍ତପୁରମ୍ଠାରେ ପ୍ରଦେଶ କଂଗ୍ରେସ କମିଟିର ଏକ ସାଧାରଣ ସଭାରେ ଉଦ୍ବୋଧ ଦେଇ ଏ.କେ. ଆଣ୍ଟୋନୀ ଏକଥା କହିଛନ୍ତି।

କିନ୍ତୁ ବିଜେପିକୁ ହରାଇବା ଲାଗି ଏକ ଶକ୍ତିଶାଳୀ ମେଣ୍ଟର ଆବଶ୍ୟକତା ରହିଛି। ଆଗାମୀ ଲୋକସଭା ନିର୍ବାଚନକୁ ସେ ‘କୁରୁକ୍ଷେତ୍ର’ ଭଳି ଯୁଦ୍ଧ ସହ ତୁଳନା କରିଛନ୍ତି। ଉତ୍ତରପ୍ରଦେଶର ମହାମେଣ୍ଟ ନ ହେବା ହେତୁ କଂଗ୍ରେସକୁ ଏକୁଟିଆ ଲଢିବାକୁ ପଡିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଜଣେ ଶକ୍ତିଶାଳୀ ନେତା ଭାବେ ସାମ୍ନାକୁ ଆସିଥିବା ହେତୁ ମୋଦି ତାଙ୍କୁ ଡରୁଛନ୍ତି।

Leave a Reply

Your email address will not be published. Required fields are marked *