ବିଜୁ ପକା ଘର ନିର୍ମାଣରେ ବାଧକ ସାଜିଛନ୍ତି ଅସାମାଜିକ
କେନ୍ଦ୍ରାପଡ଼ା, (ପ୍ରଦୀପ୍ତ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ପକା ଘର ବଣ୍ଟନରେ ବାଧକ ସାଜିଛନ୍ତି ଅସାମାଜିକ ଲୋକ । ଫଳରେ ପ୍ରକୃତ ହିତାଧିକାରୀଙ୍କୁ ‘ବାରଦୁଆର’ ବୁଲିବାକୁ ପଡ଼ୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କେରଡ଼ାଗଡ଼ ପଂଚାୟତର କେରଡ଼ାଗଡ଼ ଗ୍ରାମରୁ ଏହି ପ୍ରକାର ଅଭିଯୋଗ ଆସିଛି । ଯେଉଁଥିରେ କୋରଡ଼ାଗଡ଼ ଗାଁର ଶାନ୍ତିଲତା ବେହେରାଙ୍କ ନାଁରେ ବିଜୁ ପକ୍କାଘର ଯୋଜନା ମଞ୍ଜୁର ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏ ସହାୟତା ମିଳିପାରୁ ନାହିଁ । ଗାଁ ଓ ବ୍ଲକ୍ରେ ତାଙ୍କର ଗୁହାରି କେହି ନଶୁଣିବା ହେତୁ ସେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବେଶ୍ ହତୋତ୍ସାହର ସହ ବସିଥିବା ଲକ୍ଷ୍ୟ କରିଥିଲେ ଆମ ପ୍ରତିନିଧି ।
ଖବର ନେବାରୁ ଜଣାପଡ଼ିଛି ଯେ, ୨୦୧୮-୧୯ ଅର୍ଥିକ ବର୍ଷରେ ବିଜୁ ପକା ଘର ନିର୍ମାଣ ପାଇଁ କେରଡ଼ାଗଡ଼ ଗ୍ରାମର ମହିଳା ଶାନ୍ତିଲତା ଜେନାଙ୍କ ନାମରେ ଏକ ବିଜୁ ପକା ଘର ମଞ୍ଜୁର ହୋଇଥିଲା । କିନ୍ତୁ ସେ ଏଯାଏ ତାହାର ସୁବିଧା ପାଇ ପାରୁ ନାହାନ୍ତି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶାନ୍ତିଲାତା ବିଜୁ ପକା ଘର ନିର୍ମାଣ କରି ନପାରିଲେ ମଞ୍ଜୁର ହୋଇଥିôବା ଅର୍ଥରାଶି ଫେରିଯିବାର ଆଶଙ୍କା ରହିଛି । ଏଣୁ ତାଙ୍କ ପାଇଁ ମଞ୍ଜର ଅର୍ଥ ଯେମିତି ତାଙ୍କୁ ମିଳିବ ସେ ନେଇ ସହାୟତା କରିବା ତଥା ଜିଲ୍ଲାପାଳଙ୍କ ପାଖରେ ତାଙ୍କ ଆବେଦନକୁ ପହଞ୍ଚାଇବା ଲାଗି ସେ ନିବେଦନ କରିଛନ୍ତି ।
ଶାନ୍ତିଲତାଙ୍କ ସ୍ୱାମୀ ଶରତ ଜେନା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାରୁ ସେ କୌଣସି କାମଧନ୍ଦା କରି ପାରନ୍ତି ନାହିଁ କି ମୂଲମଜୁରି ଲାଗି ପାରନ୍ତି ନାହିଁ । ଏହି ପରିସ୍ଥିତିରେ ଶାନ୍ତିଲତାଙ୍କ ମୁଣ୍ଡ ଉପରେ ପରିବାର ପ୍ରତିପୋଶଣର ବୋଝ ପଡ଼ିଛି । ଶାନ୍ତିଲତାଙ୍କର ଘର ନଥିବାରୁ ସେ ତାଙ୍କର ସ୍ୱାମୀ ଓ ୩ଟି ନାବାଳକ ପିଲାଙ୍କ ସହିତ ଏବେ ପଲିଥିନ ତଳେ ମୁଣ୍ଡଗୁଞ୍ଜିଛନ୍ତି । ଏହି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ଶାନ୍ତିଲତାଙ୍କ ନାମରେ ଏକ ବିଜୁ ପକାଘର ମଞ୍ଜୁର କରାଯାଇଛି । ମଞ୍ଜୁର ହୋଇଥିବା ଅର୍ଥରାଶି ଥରେ ଫେରିଗଲେ ଶାନ୍ତିଲତା ଆଉ ନିଜର ଘରଟିଏ ନିର୍ମାଣ କରିପାରିବେ ନାହିଁ ବୋଲି କହିଛନ୍ତି ।
ଅଭିଯୋଗ ଅନୁସାରେ, ତାଙ୍କ ଗ୍ରାମର ଘନଶ୍ୟାମ ଜେନାଙ୍କ ପୁଅ କିଶୋର ଚରଣ ଜେନା ଓରଫ କେଶବ, ରାଜକିଶୋର ମୁଦୁଲି ପ୍ରମୁଖ ଶାନ୍ତିଲତାଙ୍କ ବିଜୁ ପକାଘର ନିର୍ମାଣରେ ବାଧକ ସାଜିଥିବା ଶାନ୍ତିଲତା ତାଙ୍କ ସ୍ୱାମୀ ଓ ୩ ସନ୍ତାନଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ଶାନ୍ତିଲତା ତାଙ୍କ ପୈତୃକ ସମ୍ପତିରେ ବିଜୁ ପକା ଘର ନିମାଣ କରୁଥିôଲେ ବି କେଶବ ଓ ରାଜକିଶୋର ତାଙ୍କୁ ଘର ନିର୍ମାଣ କରାଇ ଦେଉ ନଥିବା ସହ ଶାନ୍ତିଲତା ଓ ତାଙ୍କ ସ୍ୱାମୀଙ୍କୁ ମିଛ ମାମଲାରେ ଛନ୍ଦିଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେହିପରି ଅଭିଯୁକ୍ତମାନେ ଶାନ୍ତିଲତାଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ମାରପିଟ କରିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ଓ ଧମକ ଚମକ ଦେଉଥିବା ମଧ୍ୟ ଶାନ୍ତିଲତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ପରିସ୍ଥିତିରେ ଶାନ୍ତିଲତା ଓ ତାଙ୍କ ଭିନ୍ନକ୍ଷମ ସ୍ୱାମୀ ଶରତ ଭୟଭୀତ ଅବସ୍ଥାରେ ଜରିପାଲ ତଳେ ଦିନ କାଟୁଥିବା ସ୍ଥାନୀୟ ସମାଜସେବୀମାନେ କହିଛନ୍ତି ।
ଏ ସମ୍ବନ୍ଧରେ ଅଧିକ ପାଠ
ବିଜେପିର ଅଭିଯୋଗ: କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର