ଓଡ଼ିଶାରେ ୨ କରୋନା ଆକ୍ରାନ୍ତ ସୁସ୍ଥ: ଏବେ ୩ ରୋଗୀଙ୍କ ଦେହରେ ସକ୍ରିୟ
ଭୁବନେଶ୍ଵର, (ଓଟି): ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ ଘୋଷଣା କରି ଘରକୁ ଫେରାଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ସେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ୨୪ ଘଣ୍ଟା ଭିତରେ ତାଙ୍କର ଦ୍ଵିତୀୟ ସାମ୍ପଲ୍ ରିପୋର୍ନେଟ କରୋନା ଗେଟିଭ୍ ଆସିବା ପରେ ସ୍ଵାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛନ୍ତି। ଏହା ସହ କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର ଏବଂ ଚିକିତ୍ସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଭୁବନେଶ୍ଵରର ବାସିନ୍ଦା ଏହି ଯୁବକ ଜଣକ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଥିଲେ। ସେ ବିଦେଶରୁ ଫେରିବାପରେ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ରଖାଯାଇ ଚିକିତ୍ସା କରାଯାଉଥିଲା।
ଦ୍ଵିତୀୟ କରୋନା ରୋଗୀଙ୍କୁ ଦୁଇଦିନ ତଳେ ଏମ୍ସରୁ ଡିସ୍ଚାର୍ଜ କରାଯାଇଥିଲା।
ଏବେ ରାଜ୍ୟରେ ଆଉ ତିନିଜଣ ରୋଗୀଙ୍କ ଦେହରେ କରୋନା ସଂକ୍ରମଣ ସକ୍ରିୟୟ ରହିଥିବା ସ୍ଵାସ୍ଥ୍ୟ ବିଭାଗ ଜଣାଇଛି। ସେମାନଙ୍କ ଭିତରୁ ଜଣେ କଟକ ଏସ୍ବିରେ ଚିକିତ୍ସିତ ଅଛନ୍ତି। କଟକରେ ଚିକିତ୍ସା ହେଉଥିବା ୨୯ ବୟସ୍କ ବ୍ୟକ୍ତି ରାଜ୍ୟର ଚତୁର୍ଥ ଚିହ୍ନଟ ବ୍ୟକ୍ତି। ସେ ବିଦେଶରୁ ଫେରିଥିଲେ। ଅନ୍ୟ ଦୁଇଜଣ ବୟସ୍କ ବ୍ୟକ୍ତି। ସେମାନେ ବିଭିନ୍ନ ରୋଗରେଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି।
ପୁଣି ପଞ୍ଚମ ରୋଗୀ ଜଣକ କୌଣସି ବିଦେଶ ବା ବାହାର ରାଜ୍ୟକୁ ଗସ୍ତ କରି ନଥିବାରୁ ତାହାକୁ ଅଧିକ ବିପଜ୍ଜନକ ଜଣାଯାଉଛି। ତାଙ୍କଠାରୁ ଆଉ କେହି ଆକ୍ରାନ୍ତ ହେବାର ଆଶଙ୍କାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ସୂର୍ଯ୍ୟନଗରକୁ ସିଲ୍ କରିଛନ୍ତି।
ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସରକାର ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଛନ୍ତି।