ଓଡ଼ିଶାରେ ଆଉ ୭ #Corona ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମକୁ କୋହଳ କରି ଜନଜୀବନ ସ୍ଵଭାବିକ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ସକାଳୁ ସକାଳୁ ଏକ ଧକ୍କା ଲଗାଇଛି ସ୍ଵାସ୍ଥ୍ୟ ବିଭାଗ। ପୁଣି ରାଜ୍ୟରେ ଆଉ ୭ ଜଣ ରୋଗୀଙ୍କ ଶରୀରରେ କରୋନା ଭୁତାଣୁ ସଂକ୍ରମଣ କରିଥିବା ଚିହ୍ନଟ ହୋଇଥିବା ବିଭାଗ ପ୍ରକାଶ କରିଛି। ଏହିକ୍ରମରେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ଆଉ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୬ରୁ ୪୩ରେ ପହଞ୍ଚିଛି। ତେବେ ଏହି ୭ ଜଣ ନୂଆ କରୋନା ପଜିଟିଭ୍‌ କେଉଁ ଅଞ୍ଚଳର ଏବଂ ସେମାନଙ୍କ ବାବଦରେ କୌଣସି ତଥ୍ୟ ଏଯାଏ ସ୍ଵାସ୍ଥ୍ୟ ବିଭାଗ ରିଲିଜ୍‌ କରି ନାହାନ୍ତି।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜୃର ପୂର୍ବ ଚିହ୍ନିତ ୬୮ଟି ପଜିଟିଭ୍‌ ରୋଗୀଙ୍କ ଭିତରୁ ୪୩ଜଣ ସକ୍ରିୟ ରହିଛନ୍ତି। ୨୪ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି।

ଏହି ୬୮ଜଣଙ୍କ ମଧ୍ୟରୁ ଭୁବନେଶ୍ଵରରେ ୪୬ଜଣ ରୋଗୀ ଚିହ୍ନିତ ହୋଇଥିବା ବେଳେ କଳାହାଣ୍ଡିରେ ୨ଜଣ, ପୁରୀରେ ଜଣେ, କେନ୍ଦ୍ରାପଡ଼ାରେ୨ଜଣ, କଟକରେ ଜଣେ, ଭଦ୍ରକରେ ତିନିଜଣ, ଯାଜପୁରରେ ୨ଜଣ, ଢେଙ୍କାନାଳରେ ଜଣେ, ବାଲେଶ୍ଵରରେ ଜଣେ ସୁନ୍ଦରଗଡ଼ରେ ୨ଜଣ କରୋନା ରୋଗୀ ରହିଛନ୍ତି।

Leave a Reply

Your email address will not be published.