ଚଳିତବର୍ଷ ଶେଷ ସୁଦ୍ଧା ବିବାହ କରିପାରନ୍ତି ଅଙ୍କିତା ଲୋଖଣ୍ଡେ

ଆଜିକାଲି ବି ଟାଉନରେ ଅଙ୍କିତା ଲୋଖଣ୍ଡେ ଓ ବିକ୍କି ଜୈନଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଲଭବାର୍ଡ଼ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଅଙ୍କିତା ବିକିଙ୍କୁ କିସ୍ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଦୁଇଜଣଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ ବୋଲି ପ୍ରଶଂସକ ଆଶା କରୁଛନ୍ତି । ପ୍ରଶଂସକଙ୍କ ଏହି ଆଶା ପୁରଣ ହୋଇପାରେ ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ୁଛି । ଏବେ ଅଙ୍କିତା ଅଧିକାଂଶ ସମୟ ବିକିଙ୍କ ପରିବାର ସହିତ ରହୁଛନ୍ତି । ବିକି ଅଙ୍କିତାଙ୍କର ସବୁ ସ୍ୱପ୍ନ ପୁରଣ କରିବାକୁ ଚାହୁଁଥିବାବେଳେ ଖୁବ୍ ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି ଅଙ୍କିତା । ତେଣୁ ଚଳିତବର୍ଷ ଶେଷ ସୁଦ୍ଧା ଏହି ଯୋଡ଼ିଙ୍କ ବିବାହ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଅଙ୍କିତା ଖୁବ୍ ସାଧାରଣ ଭାବେ ବିବାହର ଆୟୋଜନ କରିବାକୁ ଚାହୁଁଛନ୍ତି । ବିକି ମଧ୍ୟ ତାଙ୍କ ବିବାହରେ କେବଳ କେତେଜଣ ହାତଗଣତି ସାଙ୍ଗ ଓ ପରିବାରବର୍ଗଙ୍କୁ ସାମିଲ୍ କରିବେ ବୋଲି ଖବର ମିଳିଛି । ମୁମ୍ବାଇରେ ମହାରାଷ୍ଟ୍ରିୟନ୍ ପରମ୍ପରା ଅନୁଯାୟୀ ବିବାହ ହେବ ବୋଲି କୁହାଯାଉଛି ।ଜଣେ କମନ୍ ଫ୍ରେଣ୍ଡଙ୍କ ପାର୍ଟିରେ ଅଙ୍କିତା ଓ ବିକିଙ୍କର ସାକ୍ଷାତ ହୋଇଥିଲା । ସୂଚନାଯୋଗ୍ୟ ବିକିଙ୍କ ପୂର୍ବରୁ ଅଙ୍କିତା ଓ ସୁଶାନ୍ତ ସିଂ ରାଜପୁତଙ୍କର ୬ବର୍ଷର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ବ୍ରେକଅପ୍ ପରେ ଏବେ ସୁଶାନ୍ତ କୃତି ସେନନଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *