ଅଙ୍ଗନବାଡି କର୍ମୀଙ୍କ ଦରମା ବଢିଲା
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ଅଙ୍ଗନବାଡ଼ି କର୍ମୀ, ହେଲପ୍ର ଏବଂ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନୂଆବର୍ଷରେ ଉପହାର ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ମୁଖ୍ୟମନ୍ତ୍ରୀ ୬ ହଜାର ଟଙ୍କାରୁ ୭ ହଜାର ୫୦୦ ଟଙ୍କା ବୃଦ୍ଧି କରି ନବୀନ ନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର ୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ହେଲପର୍ମାନଙ୍କ ଦରମା ୩ ହଜାରରୁ ୩, ୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହି ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ। ଏହା ସହିତ ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମା ୬୨କୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ୧୫ ଦିନ ଖରାଛୁଟି ମିଳିବ। ଅବସର ପରେ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ଆର୍ଥିକ ସହାୟତା ମିଳିବ। ଏହି ଆଧାରରେ କର୍ମୀଙ୍କୁ ୨୫ ହଜାର ଟଙ୍କା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମିନି ଅଙ୍ଗନବାଡି କର୍ମୀଙ୍କୁ ୧୫, ହେଲପରଙ୍କୁ ୧୦ ହଜାର ସହାୟତା ମିଳିବ।