ଚୀନ୍ ବକ୍ସଅଫିସରେ ‘ଅନ୍ଧାଧୁନ୍’ର ଜବରଦସ୍ତ ବ୍ୟବସାୟ

ମର୍ଡ଼ର୍ ମିଷ୍ଟ୍ରୀ ଓ ଥ୍ରୀଲର୍ ଫିଲ୍ମର ମହାରଥି ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଆଉ ଏକ ଫିଲ୍ମ ‘ଅନ୍ଧାଧୁନ୍’ ଚୀନ୍ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିବାର ଖୁସି ଖବର ଶୁଣିବାକୁ ମିଳିଛି । ଆୟୁଷ୍ମାନ୍ ଖୁରାନା, ତବୁ ଓ ରାଧିକା ଆପଟେଙ୍କ ଅଭିନୀତ ଏହି ଫିଲ୍ମକୁ ‘ପିଆନୋ ପ୍ଲୋୟାର୍’ ନାମରେ ଗତ ୩ ତାରିଖ ଦିନ ଚିନର ୫୦୦୦ ସ୍କ୍ରୀନରେ ପ୍ରଦର୍ଶିତ ହୋଇଥିଲା । ତେବେ ୯ ଦିନ ମଧ୍ୟରେ ଏହା ୧୩୬ କୋଟି ୬୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ।

ଏହାର କାହାଣୀ ଜଣେ ବ୍ଲାଇଣ୍ଡ୍ ପିଆନୋ ଆର୍ଟିଷ୍ଟ୍କୁ ନେଇ ଆଗକୁ ବଢିଛି, ଯିଏକି ତବୁଙ୍କ ଘରେ ପିଆନୋ ବଜାଇବା ପାଇଁ ଯାଆନ୍ତି । ଇତିମଧ୍ୟରେ ଏକ ମର୍ଡ଼ର୍ ହୋଇଯାଏ । ତେବେ ଅନ୍ଧ ଥିବା ପିଆନୋ ଆର୍ଟିଷ୍ଟ୍ ଏହି ମର୍ଡ଼ରର ସାକ୍ଷୀ ହୋଇପାରିବେ କି? କିଏ ମର୍ଡ଼ର୍ କରିଛି, ସେ କିଭଳି ଜାଣିପାରିବେ । ଆଗକୁ କାହାଣୀ କେଉଁସବୁ ମୋଡ଼ ଦେଇ ଗତିକରିବ । ଏସବୁ ନେଇ ଏହି ମର୍ଡ଼ର୍ ମିଷ୍ଟ୍ରୀର କାହାଣୀ ରଚନା କରାଯାଇଛି । ୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅନ୍ଧାଧୁନ୍’ ୨୦୧୮ରେ ଭାରତରେ ରିଲିଜ୍ ହୋଇଥିଲା । ଭାରତରେ ପ୍ରଥମ ଦିନ ଏହାର ବକ୍ସ ଅଫିସ୍ ବ୍ୟବସାୟ ଥିଲା ୨ କୋଟି ୭୦ ଲକ୍ଷ ଟଙ୍କା ଏବଂ ଲାଇଫ୍ ଟାଇମ୍ ବିଜନେସ୍ ଭାବେ ଏହା ମୋଟ ଭାବେ ୭୪ କୋଟି ୫୯ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା ।

Leave a Reply

Your email address will not be published.