#Amphan ଅମ୍ପନ୍‌‌ କାହିଁକି, କେଉଁ ଏ ନାଁ ଉତ୍ପତି, ଏହାର ମାନେ କ’ଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’ ମାସରେ ପୁଣିଏକ ବାତ୍ୟାକୁ ଓଡ଼ିଶା ସମ୍ମୁଖୀନ ହେବାକୁ ଯାଉଛି। ଏହା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଥେଷ୍ଟ କ୍ଷତି କରିପାରେ। ୨୦ ତାରିଖ ଦିନ ଏହା ଭୂ-ପୃଷ୍ଠ ଛୁଇଁବ। ପବନର ଗତି ୧୭୦ରୁ ୧୮୦ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଏହି ସାମୁଦ୍ରିକ ବାତ୍ୟାର ନାଁ ଦେଇଛି ଉମ୍-ପୁନ୍‌। ଏହାକୁ ଇରାଜୀରେ ଆମ୍ଫାନ୍‌ ବୋଲି ଲେଖାଯିବ ବୋଲି କହିଛି। ତେବେ ଆମ୍ଫାନ୍‌ ବା ଅମ୍ପନ‌ର ଅର୍ଥ କ’ଣ? ଏମିତି ଏକ ନାଁ କାହିଁକି ଦିଆଗଲା?

କୌଣସି ସମୁଦ୍ରରେ ଝଡ଼ ବା ବାତ୍ୟାୟନ ସୃଷ୍ଟି ହେଲେ ତାହାର ନାମକରଣ କରାଯିବା ଏକ ବିଧି ରହିଛି। ଏହା ବିଶ୍ଵ ପାଣିପାଗ ସଂଗଠନ ନିୟମ ଆଧାରରେ ସ୍ଥିର କରାଯାଇଥାଏ। ରାଜନୀତିକ ଓ ସାମଜିକ ତଥା ବୈଷୟିକ ଚିହ୍ନଟ ଲାଗି ଏହି ନାମକରଣ ସହାୟକ ହୋଇଥାଏ। ୨୦୦୪ ମସିହା ପୂବ;ରୁ ଏମିତି କିଛି ନାମକରଣ ହେଉ ନଥିଲା। ଫଳରେ ପାଣିପାଗ ବିଭାଗ ପକ୍ଷରୁ ଟେକ୍ନିକାଲ୍‌ ଭାଷାରେ ତାହାକୁ ନାମିତ କରାଯାଉଥିଲା। କିନ୍ତୁ ୨୦୦୦ ମସିହାରେ ନିଷ୍ପତ୍ତି ନିଆଗଲା ଯେ ଏହି ଅସୁବିଧା ଦୂର କରିବା ପାଇଁ ପ୍ରତି ସାମୁ୍ରିକ ବାତ୍ୟାର ନାମକରଣ ହେବ। ୨୦୦୪ ମସିହାରେ ୮ଟି ଦେଶ ମିଶି ଏକ ତାଲିକା ପ୍ରସ୍ତୁତ କଲେ। ଏହି ତାଲିକାରେ ପଅତିଟି ସଦସ୍ୟ ରାଷ୍ଟ୍ର ସେମାନଙ୍କ ଅନୁସାରେ ବାତ୍ୟା ନାମ ପ୍ରଦାନ କରିଲେ। ଏହି ତାଲିକାରେ ଗୋଟିଏ ଦେଶ ୮ଟି ଲେଖାଏଁ ନାମ ଦେଲେ । ଏହି ୬୪ଟି ନାମକୁ ମିଶାଇ ପ୍ରଥମା ତାଲିକା ପ୍ରସ୍ତୁତ ହେଲା। ସେହି ତାଲିକାର ଶେଷରେ ଥିଲା ଏହି ନା ଆମ୍ଫାନ୍‌। ଯାହାକୁ ଉମ୍‌-ପୁନ୍‌ ଭାବେ ପଢ଼ିବାକୁ ଆଇଏମ୍‌ଡି କହିଛନ୍ତି।

ଆମ୍ଫାନ୍‌ ନାମଟି ଥାଇଲ୍ୟାଣ୍ଡ ଦ୍ଵାରା ଦିଆଯାଇଛି। ଏହା ଏକ ବହୁ ପ୍ରଚଳିତ ନାମ। ଥାଇଲ୍ୟାଣ୍ଡର ସାଜ୍ଞା ଭାବେ ବ୍ୟବହାର କରାଯାଏ। ଏହାର ଅର୍ଥ ଅତୀବ ସୁନ୍ଦର, ଆକର୍ଷଣୀୟ।

୨୦୦୪ ମସିହାରେ ଧାର୍ଯ୍ୟ ହୋଇଥିବା ୬୪ଟି ନାଁ ଭିତରୁ ଆମ୍ଫାନ୍‌ ହେଲା ଶେଷ ନାଁ। ଏବେ ଏହି ତାଲିକାକରଣ ପ୍ରକ୍ରିୟାରେ ୩ଟି ଦେଶ ଯୋଡ଼ି ହୋଇଛନ୍ତି। ପ୍ରତି ଦେଶ ୧୩ଟି ଲେଖାଏଁ ନାଁ ଦେଇ ୧୬୯ଟି ଦେଶର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ଭାରତ ପାଣିପାଗ ବିଭାଗ ଏହି ୧୩ଟି ଦେଶଙ୍କୁ ବାତ୍ୟା ସମ୍ପର୍କିତ ଆଗୁଆ ସୂଚନା ପ୍ରଦାନ କରିଥାଲ। ଏହି ଦେଶଗୁଡ଼ିକ ହେଲେ: ବାଂଲାଦେଶ, ଭାରତ, ମାଲଡିଭ୍ସ, ମ୍ୟାମାର, ଓମାନ୍‌, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଇରାନ୍‌, ସାଉଦୀ ଆରବ, କତାର, ୟେମେନ୍‌ ଏବଂ ୟୁଏଇ। ଏହି ତାଲିକାରେ ଦିଆଯାଇଥିବା ନାଁଗୁଡ଼ିକ ପର୍ଯ୍ୟାୟ ଭିତ୍ତିରେ ବଙ୍ଗୋପସାଗର ଏବଂ ଆରବ ସାଗରେ ଉଠୁଥିବା ଝଡ଼ ଗୁଡ଼ିକୁ ନାମକରଣ କରିବାରେ ପ୍ରୟୋଗ କରାଯିବ।

ପରବର୍ତ୍ତୀ ବାତ୍ୟା ନିସର୍ଗ

ଅମ୍ଫାନ୍‌ ପରେ ଯେଉଁ ସାମୁଦ୍ରିକ ଝଡ଼ ବଙ୍ଗୋପସାଗର ବା ଆରବ ସାଗରେ ସୃଷ୍ଟି ହେବ ତାହାର ନାମ ନିସର୍ଗ ରହିବ। ଏହି ନାଁକୁ ବାଂଲାଦେଶ ଦ୍ଵାରା ଦିଆଯାଇଛି। ଏହା ପରେ ଯେଉଁ ବାତ୍ୟା ଆସିବ ତାହାର ନାଁ ରହିବ ଗତି। ଏହାକୁ ଭାରତ ଦ୍ଵାରା ଦିଆଯାଇଛି।

ଏହି ନାମକରଣ କରିବା ପାଇଁ ବିଶ୍ଵ ପାଣିପାଗ ସଂଗଠନ ପକ୍ଷରୁ କିଛି ନିୟମାବଳୀ ଗ୍ରହଣ କରାଯାଇଛି। ସେଗୁଡ଼ିକ ହେଲା:

୧) ପ୍ରଦାନ କରାଯାଇଥିବା ନାଁ ରାଜନୀତି, ଧର୍ମ ବା କୌଣସି ଲିଙ୍ଗଭେଦକୁ ପ୍ରଶ୍ରୟ ଦେଉ ନଥିବ।

୨) କୌଣସି ବ୍ୟକ୍ତି ବା ଗୋଷ୍ଠୀକୁ ଅପମାନିତ କରୁ ନଥଇବ।

୩) ପ୍ରକୃତି ପ୍ରତି ନିଷ୍ଠୁର ନଥିବ

୪) ଏହା ଛୋଟିଆ ନାଁ ହେବା ଦରକାର, ସର୍ବାଧିକ ୮ଟି ଅକ୍ଷର ଭିତ୍ତିକ ହେବା ଆବଶ୍ୟକ  ଏବଂ ଉଚ୍ଚାର ସହଜ ହେଉଥିବା ଦରକାର।

Leave a Reply

Your email address will not be published. Required fields are marked *