ସହିଦ ପରିବାରଙ୍କ ପ୍ରତି ଅମିତାଭ ଓ ସେହେୱାଗଙ୍କ ସହାନୁଭୂତି

ପୁଲୱାମାରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କ ପରିବାର ପ୍ରତି ସିନେ ଅଭିନେତା ଅମିତାଭ ବଚ୍ଚନ ଓ କ୍ରିକେଟିୟର ବିରେନ୍ଦ୍ର ସେହେୱାଗ ସମବେଦନା ଜଣାଇବା ସହିତ ସେମାନଙ୍କ ପାଇଁ କିଛି ଦାୟିତ୍ୱ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅମିତାଭ ପ୍ରତି ପରିବାର ପିଛା ୫ଲକ୍ଷ ଦେବାକୁ ଘୋଷରା କରିଥିବାବେଳେ ସେହେୱାଗ ସହିଦଙ୍କ ପରିବାର ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଅଢେଇ କୋଟି ସହାୟତା କରିବେ ଅମିତାଭ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ପରିବାର ପ୍ରତି ଅମିତାଭ ବଚ୍ଚନ ସମବେଦନା ଜଣାଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ସହିଦ ସମବେଦନା ଜଣାଇବା ସହ ସହିଦ ପରିବାରଙ୍କୁ ୫- ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବାପାଇଁ ଘୋଷଣା କରିଛନ୍ତି । ଅମିତାଭ ବଚ୍ଚନ ସହିଦ ହୋଇଥିବା ପରିବାରକୁ ୨.୪୫ ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଛନ୍ତି । ଗତ ବର୍ଷ ମଧ୍ୟ ଅମିତାଭ ବଚ୍ଚନ ଦେଶରେ ସୁରକ୍ଷା କରି ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ପରିବାରକୁ ୧ କୋଟି ଟଙ୍କାର ସାହାଯ୍ୟ ପ୍ରଦାନ କରିଥିଲେ ।

ସହିଦ ଯବାନଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସେହୱାଗ

ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାର ପ୍ରତି ପୂର୍ବତନ ଟିମ୍ଇଣ୍ତିଆ କ୍ରିକେଟର ବୀରେନ୍ଦ୍ର ସେହୱାଗ ସହଯୋଗର ହାତ ବଢ଼ାଇଛନ୍ତି। ପୁଲୱାମାରେ ସହିଦ ୪୦ ଜଣ ଯବାନଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ସେହୱାଗ ଭରଣା କରିବେ ବୋଲି ଘୋଷଣା କରିଛନ୍ତି। ଟ୍ୱିଟର ଜରିଆରେ ସେହୱାଗ ଏ ସମ୍ପର୍କରେ ଘୋଷଣା କରିବା ସହ ସହିଦ ଯବାନଙ୍କ ପିଲାମାନଙ୍କୁ ସହଯୋଗ କରିବାର ସୁଯୋଗ ମିଳିଲେ ଏହା ମୋ ପାଇଁ ସମ୍ମାନର ବିଷୟ ହେବ ବୋଲି କହିଛନ୍ତି।

ସେହୱାଗ କହିଛନ୍ତି, ଆମେ ଯବାନଙ୍କ ପାଇଁ ଯେତେ ଯାହା କଲେ ବି ଯଥେଷ୍ଟ ହେବନାହିଁ। କିନ୍ତୁ ଅତିକମରେ ମୁଁ ଯଦି ସହିଦ ଯବାନଙ୍କ ପିଲାମାନଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିପାରିବି, ତା’ହେଲେ ନିଜକୁ ଧନ୍ୟ ମନେ କରିବି। ଏହି ପିଲାମାନଙ୍କୁ ମୋ ସେହୱାଗ ଇଣ୍ଟରନ୍ୟାଶନାଲ ସ୍କୁଲରେ ମାଗଣା ପାଠପଢ଼ାଇ ପାରିଲେ ଏହା ମୋର ସୌଭାଗ୍ୟ ବୋଲି ମନେ କରିବି।

Leave a Reply

Your email address will not be published. Required fields are marked *