ପ୍ରବଳ ବର୍ଷା ପାଇଁ ଫନି ମିମ୍ସ୍ ସେୟାର୍ କଲେ ବିଗ୍ ବି, ଫଟୋ ଭାଇରାଲ୍

ମୁମ୍ବାଇରେ ଚାଲିଥିବା ବର୍ଷା ବିତ୍ପାତ ସାଧାରଣ ଲୋକଙ୍କ ସହିତ ତାରକାମାନଙ୍କୁ ମଧ୍ୟ ଅତିଷ୍ଟ କରିଚାଲିଛି । ବର୍ଷା ସମସ୍ୟାକୁ ନେଇ ଅନେକ ତାରକା ସୋସିଆଲ୍ ମିଡିଆରେ କିଛି ନା କିଛି ମେସେଜ୍ ସେୟାର୍ କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ବିଗ୍ ବି ଏହି ବର୍ଷା ସମସ୍ୟାକୁ ଏକ ନିଆରା ଢଙ୍ଗରେ ପ୍ରଶଂସକଙ୍କ ସହିତ ସେୟାର୍ କରିଛନ୍ତି । ବିଗ୍ ବିଙ୍କ ଅଭିନୀତ ଫିଲ୍ମ ‘ଗ୍ରେଟ୍ ଗ୍ୟାମ୍ବଲର୍’ର ସେହି ଲୋକପ୍ରିୟ ଗୀତ ‘ଦୋ ଲଫଜୋ କି ହେ ଦିଲ୍ କି କାହାନୀ…’ ସିନେପ୍ରେମୀଙ୍କ ପାଇଁ ଅବିସ୍ମରଣୀୟ । ସେହି ସମ୍ପୂର୍ଣ୍ଣ ଗୀତରେ ବିଗ୍ ବି ଓ ଜିନତ୍ ଅମନ୍ ଗୋଟିଏ ନୌକାରେ ବସି ଯାଉଥିବାର ଦୃଶ୍ୟ ରହିଛି ।

ସେହି ଗୀତର ଏକ ଷ୍ଟିଲ୍ ଫଟୋ ସହିତ ବିଗ୍ ବି ମିମ୍ସ କରିଛନ୍ତି । ସେହି ଫଟୋରେ ବିଗ୍ ବି ଲେଖିଛନ୍ତି – ‘ଭାୟା ଜରା ଗୋରେଗାଓଁ ଲେନା’ । ବିଗ୍ ବିଙ୍କ ଏହି ମଜାଦାର ମିମ୍ସ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ପ୍ରଶଂସକ ଓ ଫଲୋର୍ସ ଏହାର ଉତ୍ତରରେ ଆହୁରି ଅନେକ ମଜାଦାର ମେସେଜ୍ ସେୟାର୍ କରିବାରେ ଲାଗିଛନ୍ତି । ଆଙ୍ଗ୍ରୀ ୟଙ୍ଗମ୍ୟାନଙ୍କ ଫନି ମିମ୍ସ ସିନେପ୍ରେମୀଙ୍କ ସହିତ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *