ବିଗ୍ ବିଙ୍କ ବ୍ଲକବଷ୍ଟର୍ ଫିଲ୍ମ ‘ଶେହନଶାହ’ର କାହାଣୀ ଲେଖିଥିଲେ ଜୟା

ଅଫସ୍କ୍ରୀନ୍ ହେଉ କିମ୍ବା ଅନସ୍କ୍ରୀନ୍, ବିଗ୍ ବି ଓ ଜୟା ବଚ୍ଚନଙ୍କ କେମେଷ୍ଟ୍ରୀ ସବୁ ସମୟରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିଆସିଛି । ତେଣୁ ଏହି ସୁପରହିଟ୍ ଯୋଡ଼ିଙ୍କ ସମ୍ପର୍କରେ ଟିକିନିଖି ଖବର ରଖିବା ପାଇଁ ପ୍ରଶଂସକ ଆଗ୍ରହର ସହ ଅପେକ୍ଷା କରିଥାନ୍ତି । ଏବେ ଏହି ଧାରାରେ ଜୟାଙ୍କ ଏକ ବଡ଼ ସିକ୍ରେଟ୍ ଜଣାପଡ଼ିଛି । ଏହି ସିକ୍ରେଟ୍ ଜାଣିବା ପରେ ପ୍ରଶଂସକ ଯେତିକି ଖୁସି ଅଛନ୍ତି, ତା’ଠାରୁ ଏହା ସେମାନଙ୍କୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି ।

ତେବେ ଖବରଟି ହେଉଛି ୧୯୮୮ ମସିହାରେ ରିଲିଜ୍ ହୋଇଥିବା ସୁପରଡୁପର୍ ବ୍ଲକବଷ୍ଟର୍ ଫିଲ୍ମ ‘ଶେହନଶାହ’ର କାହାଣୀ ଜୟା ବଚ୍ଚନ ଲେଖିଥିଲେ । ଏହି ଫିଲ୍ମ ବିଗ୍ ବିଙ୍କ ଅଭିନୟ କ୍ୟାରିୟରର ଏକ ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହି ସମୟରେ ଜୟା ବଚ୍ଚନ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ । ‘ଶେହନଶାହା’ ଫିଲ୍ମର ଲୋକପ୍ରିୟ ଡାଇଲଗ୍ ‘ରିସ୍ତେ ମେ ତୋ ହମ୍ ତୁମହାରେ ବାପ୍ ହୋତେ ହେଁ, ନାମ୍ ହେ ଶେହନଶାହ’ ଆଜିପର୍ଯ୍ୟନ୍ତ ସିନେପ୍ରେମୀଙ୍କ ତୁଣ୍ଡରେ ଅଛି । ଜୟାଙ୍କ ସମ୍ପର୍କରେ ଏ ଖବରଟି ଜାଣିବା ପରେ ସିନେପ୍ରେମୀଙ୍କ ଖୁସିର ଠିକଣା ନାହିଁ ।

Leave a Reply

Your email address will not be published.