୨୧୦୦ ଚାଷୀଙ୍କ ଋଣ ସୁଝିଲେ ବିଗ୍ ବି

ଅଭିନୟ ସହିତ ସମାଜସେବା କ୍ଷେତ୍ରରେ ଆଜିପର୍ଯ୍ୟନ୍ତ ବିଗ୍ ବି ପ୍ରଶଂସା ସାଉଁଟି ଚାଲିଛନ୍ତି ଏବଂ ଏହି ଧାରା ଆଗକୁ ମଧ୍ୟ ବଢିଚାଲିଥିବ । ଏବେ ବିଗ୍ ବିଙ୍କ ସମାଜସେବା ତାଲିକାରେ ଆଉ ଏକ କିର୍ତ୍ତିମାନ ଯୋଡ଼ି ହୋଇଯାଇଛି । ସେ ବିହାରର ୨୦୦୦ରୁ ଊଦ୍ଧ୍ୱର୍ ଚାଷୀଙ୍କ ଋଣ ନିଜେ ପରିଶୋଧ କରିଛନ୍ତି । ଅନେକ ଜଣ ଚାଷୀ ବିଗ୍ ବିଙ୍କ ଘରକୁ ଯାଇ ଅଭିଷେକ ଓ ଶ୍ୱେତାଙ୍କ ହାତରୁ ଚେକ୍ ଗ୍ରହଣ କରିଥିଲେ । ବିଗ୍ ବି ଏହି ଖବରକୁ ଟ୍ୱିଟ୍ ମାଧ୍ୟମରେ ସେୟାର୍ କରିଛନ୍ତି । ଟ୍ୱିଟ୍ ଅନୁଯାୟୀ ସେ କହିଛନ୍ତି ଯେ ଗୋଟିଏ ପ୍ରୋମିସ୍ ପୁରଣ ହେଲା । ବ୍ୟାଙ୍କ ମାଧ୍ୟମରେ ଓଟିଏସ୍ ଜରିଆରେ ୨୧୦୦ ଚାଷୀଙ୍କ ଋଣ ସୁଝି ଦିଆଯାଇଛି । ଏବେ ଆଉ ଏକ ପ୍ରୋମିସ୍ ପୁରଣ ହେବାର ସମୟ ଆସିଯାଇଛି । ପୁଲୱାମା ଆଟାକରେ ସହିଦ୍ ହୋଇଥିବା ଜବାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ମୁଁ ତତ୍ପର ।

ଏହାପୂର୍ବରୁ ଗତବର୍ଷ ଉତ୍ତର ପ୍ରଦେଶର ୧୦୦୦ରୁ ଊଦ୍ଧ୍ୱର୍ ଚାଷୀ ଏବଂ ମହାରାଷ୍ଟର ୩୫୦ ଜଣ ଚାଷୀଙ୍କ ଋଣ ମଧ୍ୟ ବିଗ୍ ବି ପରିଶୋଧ କରିଦେଇଥିଲେ ବୋଲି ଖବର ଆସିଥିଲା । ବିଗ୍ ବିଙ୍କ ଏଭଳି ଉଦାର ମନୋବୃତି ଏବଂ ସମାଜସେବା କରିବା କ୍ଷେତ୍ରରେ ତତ୍ପରତା ଦେଖିବା ପରେ ତାଙ୍କ ପ୍ରଶଂସକ ଗର୍ବିତ ମନେ କରୁଛନ୍ତି ।

Leave a Reply

Your email address will not be published. Required fields are marked *