‘ଏମ୍ପି ପାଇଁ ସଂକଳ୍ପ ଆହୁରି ସୁଦୃଢ଼ ହେବ’
ନୂଆଦିଲ୍ଲୀ (ଓଟି): ମଧ୍ୟପ୍ରଦେଶବାସୀଙ୍କ ସେବା କରିବା ପାଇଁ ବିଜେପି ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ ସିନ୍ଧିଆଙ୍କ ଯୋଗଦାନ ବିଜେପିର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ଏନେଇ ମୁଁ ନିଶ୍ଚିତ ବୋଲି ଉଲ୍ଲେଖ କରିଛନ୍ତି ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସିନ୍ଧିଆ ବିଜେପିରେ ସାମିଲ୍ ହେବାପରେ ଟୁଇଟ୍ ଜରିଆରେ ଶ୍ରୀ ଶାହ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ। ଦଳରେ ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଜେପି ମହଲରେ ଖୁସି ପ୍ରକାଶ ପାଇଛି। ଦଳର ସମସ୍ତ ନେତା ସିନ୍ଧିଆଙ୍କୁ ସ୍ୱାଗତ କରିଛନ୍ତି।