୧୦ ସେକେଣ୍ଡର ପ୍ରଭାବଶାଳୀ ଫିଲ୍ମ ପ୍ରସ୍ତୁତ କଲେ କିରଣ

ଅମୀର ଖାନଙ୍କ ଭଳି ତାଙ୍କ ପତ୍ନୀ ମଧ୍ୟ ପରଫେକ୍ସନରେ ବିଶ୍ୱାସ ରଖନ୍ତି । ଅମୀର୍ ସେୟାର୍ କରିଥିବା ୧୦ ସେକେଣ୍ଡର ୨ଟି ଫିଲ୍ମ ମାଧ୍ୟମରେ ଏହାର ପ୍ରମାଣ ମିଳିସାରିଛି । ପ୍ରଥମେ ଅମୀର୍ ବିଶ୍ୱାସ କରିପାରିନଥିଲେ ଯେ କିରଣ ଏତେ କମ୍ ସମୟ ମଧ୍ୟରେ ଏଭଳି ଏକ ପ୍ରଭାବଶାଳୀ ଫିଲ୍ମ ପ୍ରସ୍ତୁତ କରିପାରିବେ । ଅମୀରଙ୍କୁ ଭିଡିଓର କଣ୍ଟେଣ୍ଟ୍ ଖୁବ୍ ପସନ୍ଦ ଆସିଥିଲା ଏବଂ ତାହାକୁ ସେ ପ୍ରଶଂସକଙ୍କ ସହିତ ସେୟାର୍ କରିଛନ୍ତି । ପ୍ରଥମ ଭିଡିଓରେ ଜଣେ ମା’ ତା’ର ଦୁଇଜଣ ସନ୍ତାନଙ୍କୁ ସ୍କୁଲ୍ ଯିବା ପୂର୍ବରୁ ଖିର ଗ୍ଲାସ୍ ଦେଉଛନ୍ତି । କିନ୍ତୁ ପୁଅର ଖିର ଗ୍ଲାସ୍ ଫୁଲ୍ ଥିବାବେଳେ ଝିଅକୁ ଅଧା ଗ୍ଲାସ ଖିର ମିଳିଛି । ଏହା ଦେଖିବା ପରେ ଭାଇଟି ନିଜ ଗ୍ଲାସରୁ ଅଳ୍ପ ଖିର ଭଉଣୀର ଗ୍ଲାସରେ ଢାଳୁଛି ଏବଂ ତଳେ ମେସେଜ୍ ଆସୁଛି ପୁଅ-ଝିଅ ସମାନ । ମାତ୍ର ୧୦ ସେକେଣ୍ଡ ମଧ୍ୟରେ କିରଣ ଲିଙ୍ଗଭେଦର ଏକ ଗମ୍ଭୀର ସମସ୍ୟାକୁ ସାଧାରଣରେ ବୁଝାଇ ଦେଇଛନ୍ତି ।

ଦ୍ୱିତୀୟ ଭିଡିଓରେ ଘରୋଇ ହିଂସା ରୋକିବା ଦିଗକୁ ଦେଖିବାକୁ ମିଳିଛି ଏବଂ ଜଣେ ମହିଳା ପୀଡ଼ିତା ମହିଳାଙ୍କୁ ପୁଲିସର ଫୋନ୍ ନମ୍ବର ଡାଏଲ୍ କରି ଦେଉଛନ୍ତି । ଫଳରେ ମହିଳାଜଣକ ଘରୋଇ ହିଂସାର ବିରୋଧ କରିପାରିବେ । ମାତ୍ର ୧୦ ସେକେଣ୍ଡ ଅବଧି ବିଶିଷ୍ଟଏହି ଦୁଇଟି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ଏବଂ ଅମୀର୍ ଓ କିରଣଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *