୫୪ତମ ଜନ୍ମଦିନରେ ସିକ୍ରେଟ୍ ସେୟାର୍ କଲେ ଅମୀର୍

ପ୍ରଶଂସକ ମହଲରେ ମିଷ୍ଟର୍ ପରଫେକ୍ଟ ବୋଲାଉଥିବା ଅମୀର୍ ଖାନ୍ ତାଙ୍କର ୫୪ ତମ ଜନ୍ମଦିନ ପାଳିଛନ୍ତି । ଏହି ଖୁସିର ଅବସରରେ ଅମୀର୍ ତାଙ୍କର କିଛି ସିକ୍ରେଟ୍ ମିଡିଆକୁ ଜଣାଇଛନ୍ତି । ଏକ ସାକ୍ଷାତକାରରେ ଅମୀର୍ଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନ ଥିଲା – ସେ ଝିଅମାନଙ୍କୁ ଦେଖିବା ସମୟରେ ପ୍ରଥମେ କ’ଣ ଦେଖନ୍ତି? ଝିଅମାନଙ୍କୁ ପଟେଇବା କ୍ଷେତ୍ରରେ ତାଙ୍କର ଲଭ୍ଗୁରୁ କିଏ?

ଜିନ୍‌ଙ୍କୁ ସେ ତାଙ୍କର ୱିସ୍ ଭାବେ କ’ଣ ମାଗିବେ?

ଏହାର ଉତ୍ତରରେ ଅମୀର୍ କହିଥିଲେ – ସେ ପ୍ରଥମେ ଝିଅମାନଙ୍କ ଆଖିକୁ ଦେଖିଥାନ୍ତି । ଝିଅମାନଙ୍କୁ ପଟେଇବା କ୍ଷେତ୍ରରେ ଅମୀର୍ ତାଙ୍କର କଜନ୍ ସିଷ୍ଟର୍ ନୂଜତକୁ ଲଭ୍ଗୁରୁ କରିଥିଲେ । ଏ ସମ୍ପର୍କରେ ଅମୀର୍ କହିଥିଲେ ଯେ ନିଜ ଭଊଣୀ ଅପେକ୍ଷା ସେ ନୂଜତଙ୍କର ଅଧିକ ନିକଟତର ଥିଲେ । ଗାର୍ଲଫ୍ରେଣ୍ଡ୍ଠାରୁ ଆରମ୍ଭ କରି ଝିଅ ପଟେଇବା ପର୍ଯ୍ୟନ୍ତ ସବୁ ନିକିନିଖି କଥା ସେ ନୁଜତଙ୍କୁ କହୁଥିଲେ । ଅମୀର୍ଙ୍କ ସହିତ ନୁଜତ ମଧ୍ୟ ସାକ୍ଷାତକାରରେ ଉପସ୍ଥିତ ଥିଲେ । ନୁଜତଙ୍କୁ ପ୍ରଶ୍ନ କରାଯାଇଥିଲା ଯେ – ଅମୀରଙ୍କ କେଉଁ କଥା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରେ ବା କରିଥିଲା?

ନୁଜତ କହିଥିଲେ ଅମୀର୍ ଯେତେବେଳେ ଅଭିନେତା ହେବେ ବୋଲି ତାଙ୍କୁ କହିଥିଲେ, ସେ ହଠାତ୍ ସକ୍ ହୋଇଯାଇଥିଲେ । ଜିନ୍ ସମ୍ପର୍କିତ ପ୍ରଶ୍ନରେ ଅମୀର୍ଙ୍କ ଉତ୍ତର ଥିଲା ‘ଦୁନିଆରେ ସମସ୍ତଙ୍କୁ ଖୁସି ଦେଖିବା’ ।

୨୦୦କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ୍ ଧମାଲ୍’

‘କଳଙ୍କ’ର ଟିଜର୍କୁ ନେଇ ସୋସିଆଲ୍ ମିଡିଆରେ ବଢିଚାଲିଛି ମଜାଦାର ମିମ୍ସ୍

ନିକଙ୍କ ପକ୍ଷରୁ ପିସିଙ୍କୁ ମିଳିଲା ଉପହାର, ଦାମ୍- ୨କୋଟି ୩୭ ଲକ୍ଷ ଟଙ୍କା

Leave a Reply

Your email address will not be published.