ନ୍ୟୁଇୟରରେ ୫ଟି କାମ କରିବେ ଅମୀର୍

ଆସିଗଲା ନୂଆବର୍ଷ । ଏହି ନୂଆ ବର୍ଷକୁ ସ୍ୱାଗତ କରିବା ସହିତ ନୂଆ କରି କିଛି କରିବାର ସଂକଳ୍ପ ଏକ ନୂଆ ଧାରା ସୃଷ୍ଟି କରିଛି । ଏହି ଧାରାରୁ ବଲିଉଡ୍ ତାରକା ମଧ୍ୟ ନିଜକୁ ମୁକ୍ତ କରିପାରିନାହାନ୍ତି । ସଲ୍ଲୁ ଭାଇଜାନ୍ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେବାର ରିଜୋଲ୍ୟୁସନ୍ କରିଥିଲେ ବୋଲି ନିକଟରେ ଚର୍ଚ୍ଚା ଜୋର୍ ଧରିଥିଲା । ସଲ୍ଲୁଙ୍କ ପରେ ମିଷ୍ଟର୍ ପରଫେକ୍ଟ ଅମୀର୍ ଖାନ୍‌ଙ୍କ ନ୍ୟୁଇୟର୍ ରିଜୋଲ୍ୟୁସନ୍ ସମ୍ପର୍କରେ ଜଣାପଡ଼ିଛି । ଏହି ନୂଆବର୍ଷରେ ଅମୀର୍ ୫ଟି କାମ କରିବେ ବୋଲି ସଂକଳ୍ପ ନେଇଛନ୍ତି । ଅମୀର୍ ତାଙ୍କର ୫ଟି ରିଜୋଲ୍ୟୁସନ୍ ଟ୍ୱିଟ୍ କରିଛନ୍ତି । ସେଗୁଡ଼ିକ ହେଲା –
୧- ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେବା ।
୨- ୨୦୧୮ରେ କରିଥିବା ସବୁ ଭୁଲ୍କୁ ମନେରଖିବା ଏବଂ ସେଭଳି ଭୁଲ୍ ଦ୍ୱିତୀୟ ଥର ନକରିବା ।
୩- ନିଜର ସର୍ବଶ୍ରେଷ୍ଠ ଫିଲ୍ମ ପ୍ରସ୍ତୁତ କରିବା ।
୪- ମା’, ସ୍ତ୍ରୀ ଓ ପିଲାମାନଙ୍କୁ ଅଧିକରୁ ଅଧିକ ସମୟ ଦେବା ।
୫- ଯଦି ଅଜାଣତରେ କିଛି ଭୁଲ୍ ହୋଇଯାଇଛି, ତା’ହେଲେ କ୍ଷମା ମାଗିନେବା ।

Leave a Reply

Your email address will not be published. Required fields are marked *