ହଲିଉଡ୍ ଫିଲ୍ମର ରିମେକରେ ଅମୀର୍
‘ଠଗସ ଅଫ୍ ହିନ୍ଦୁସ୍ତାନ୍’ର ବିଫଳତା ପରେ ମିଷ୍ଟର୍ ପରଫେକ୍ଟ ଅମୀର୍ ଖାନ୍ ଏକ ରକମ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ପର୍ଯ୍ୟନ୍ତ ନିରାଶା ଭାବ ଅମୀର୍ଙ୍କ ଚେହେରାରେ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା । କିନ୍ତୁ ଏବେ ଅମୀର୍ଙ୍କ ଜୋସ୍ ପୁଣି ଫେରିଆସିଛି ଏବଂ ଆଗାମୀ ଦିନରେ ସେ ଏକ ହଲିଉଡ୍ ଫିଲ୍ମର ରିମେକ୍ ପ୍ରୋଜେକ୍ଟ ହାତକୁ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ପ୍ରଥମ ଥର ପାଇଁ ଅମୀର୍ କୌଣସି ହଲିଉଡ୍ ଫିଲ୍ମରେ ନଜର ଆସିବେ । ହଲିଉଡ୍ ଫିଲ୍ମ ‘ଫରେଷ୍ଟ୍ ଗମ୍ପ’ର ହିନ୍ଦୀ ରିମେକ୍ କରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଖୁବ୍ ଶୀଘ୍ର ଏହାର ସୂଚନା ସୋସିଆଲ୍ ମିଡିଆକୁ ଆସିବ ବୋଲି ଖବର ମିଳିଛି ।
ସୂଚନାଯୋଗ୍ୟ ‘ଫରେଷ୍ଟ୍ ଗମ୍ପ’ରେ ମୁଖ୍ୟ ନାୟକ ଭାବେ ଥିଲେ ଟମ୍ ହ୍ୟାଙ୍କସ୍ । ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ଏହା ସର୍ବୋଚ୍ଚ ସ୍ଥାନରେ ରହିଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ଫିଲ୍ମକୁ ୬ଟି ଏକାଡେମୀ ଆୱାର୍ଡ଼ ମିଳିଥିଲା, ଯେଉଁଥିରେ ବେଷ୍ଟ୍ ଆକ୍ଟର୍, ବେଷ୍ଟ୍ ଫିଲ୍ମ ଓ ବେଷ୍ଟ୍ ଡାରେକ୍ଟର୍ ଆୱାର୍ଡ଼ ସାମିଲ୍ ହୋଇଥିଲା । ତେବେ ଏଭଳି ଏକ ସଫଳ ଫିଲ୍ମର ରିମେକ୍ରେ ଅମୀର୍ କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବା ବାକି ରହିଲା ।