#କୋଭିଡ୍-୧୯: ଭାରତୀୟ ସେନାଙ୍କୁ ଟାର୍ଗେଟ୍ କରୁଛି ପାକ୍
ଭୁବନେଶ୍ୱର(ଓଟି): ମହାମାରୀ କରୋନା ଭୂତାଣୁ ପାଇଁ ବିଶ୍ଵର ସବୁ ଦେଶ ବଡ଼ ସଂଘର୍ଷ କରୁଥିବାବେଳେ ପାକିସ୍ତାନ ଏହାକୁ ନେଇ ବଡ଼ ଚକ୍ରାନ୍ତ କରୁଥିବା ଖବର ପ୍ରକାଶ ପାଇଛି। ଭାରତୀୟ ସେନାରେ କରୋନା ଭାଇରସ୍ ସଂକ୍ରମଣ ବିସ୍ତାର କରିବାକୁ ପାକ୍ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି।
ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଜରିଆରେ କରୋନା ଭାଇରସ୍ ଭାରତରେ ସଂକ୍ରମଣ କରିବାକୁ ପାକ୍ ଉଦ୍ୟମ କରୁଛି। ତେଣୁ ଏନେଇ ସେନା ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଫରୱାର୍ଡ ପୋଷ୍ଟରେ ନିୟୋଜିତ ଯବାନମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଏ) ବ୍ୟବହାର କରି ଏନକାଉଣ୍ଟରରେ ନିହତ ଆତଙ୍କବାଦୀଙ୍କ ମୃତହେଦ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୃତଦେହ ଉଠାଇବା ସମୟରେ ସ୍ପେଶାଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅନୁସରଣ କରିବାକୁ କୁହାଯାଇଛି। ନୂତନ ଗାଇଡଲାଇନରେ କୁହାଯାଇଛି ଯେ ଆତଙ୍କବାଦୀଙ୍କ ମୃତଦେହ ସଂସ୍ପର୍ଶରେ ଆସିବା ଉଚିତ୍ ନୁହେଁ। ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ସମସ୍ତ ଆଡଭାନ୍ସ ପୋଷ୍ଟରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି। କାରଣ ସୂତ୍ର ଅନୁସାରେ ପାକ୍ ଜାଣିଶୁଣି କୋଭିଡ -19 ରୋଗୀଙ୍କୁ POK ପଠାଉଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ତାଲିମ ଶିବିର ରହିଛି।