ସପ୍ତାହବ୍ୟାପୀ ମୁମ୍ବଇର ସବୁ ଅନାଥ ଓ ଜରାଶ୍ରମରେ ଖାଦ୍ୟ ଯୋଗାଇବେ ଅମ୍ବାନୀ

ମୁମ୍ବଇ ପ୍ରତି ସଦିଚ୍ଛା ଏବଂ ଭଲ ପାଇବାର ନିଦର୍ଶନ ସ୍ୱରୂପ ନୀତା ଏବଂ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଏହି ସହରର ୨୦ ନିୟୁତ ମୁମ୍ବଇ ବାସୀ ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଧିରୁଭାଇ ଅମ୍ବାନୀ ଇଣ୍ଟନ୍ୟାସନାଲ୍‍ ସ୍କୁଲ ସମ୍ମୁଖସ୍ଥିତ ଏକ ନୂତନ ଏବଂ ଗୌରବମୟ ଆଇକନ୍‍ ‘ଧିରୁଭାଇ ଅମ୍ବାନୀ ଛକ’କୁ ଉତ୍ସର୍ଗ କରିଛନ୍ତି ।
ଧିରୁଭାଇ ଅମ୍ବାନୀ ଛକ ବିଶ୍ୱସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ । ଭାରତରେ ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସମ୍ମେଳନ ସୁବିଧା ତଥା ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ଏବଂ ଏମ୍‍ଏମ୍‍ଆର୍‍ଡିଏ (ମୁମ୍ବଇ ମେଟ୍ରୋପଲିଟାନ୍‍ କ୍ଷେତ୍ର ଉନ୍ନୟନ ପ୍ରାଧିକରଣ)ର ମିଳିତ ଲକ୍ଷ୍ୟର ନିଦର୍ଶନ ।
ଏହାକୁ ସହର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ‘ଧିରୁଭାଇ ଅମ୍ବାନୀ ଛକ ଏବଂ ଜିଓ ୱାର୍ଲ୍ଡ ସେଣ୍ଟର ଭାରତର ଜଣେ ମହାନ ସୁପୁତ୍ରଙ୍କ ମହତ ଲକ୍ଷ୍ୟ ପୂରଣ କରୁଛି, ଯିଏ ବିଶ୍ୱାସ କରୁଥିଲେ ଯେ ରାଷ୍ଟ୍ର-ନିର୍ମାଣର ପ୍ରତିଟି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉକ୍ରର୍ଷ ହାସଲ ପାଇଁ ଭାରତର କ୍ଷମତା ରହିଛି ।
ଭାରତର ସବୁଠୁ ଜନହିତକରୀ ଓ ଦାତବ୍ୟ ଅନୁଷ୍ଠାନର ନେତୃତ୍ୱ ନେଉଥିବା ତଥା ଶିକ୍ଷା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ଅନେକ ମହତ୍ତ୍ୱାକାଂକ୍ଷୀ ଉପକ୍ରମକୁ ରୂପ ଦେଇଥିବା ନୀତା ଅମ୍ବାନୀ ଅନନ୍ୟ ଢ଼ଙ୍ଗରେ ଏହି କାର୍ଯ୍ୟକ୍ରମର ଯୋଜନା କରିଥିଲେ । ଶିଶୁମାନେ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସ୍ରଷ୍ଟା-ଏହି ବିଶ୍ୱାସରେ ଅନୁପ୍ରାଣୀତ ହୋଇ ସେ ଧିରୁଭାଇ ଅମ୍ବାନୀ ଛକରେ ଚିତ୍ତାକର୍ଷକ ମ୍ୟୁଜିକାଲ୍‍ ଫାଉଣ୍ଡେସନ ଶୋ’ ଉପଭୋଗ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ପରିଚାଳିତ ବିଭିନ୍ନ ଏନ୍‍ଜିଓରୁ ପ୍ରାୟ ୨୦୦୦ ଅବହେଳିତ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ ।
ପିଲାମାନଙ୍କ ପାଇଁ ମ୍ୟୁଜିକାଲ୍‍ ଫାଉଣ୍ଟେନ୍‍ କାର୍ଯ୍ୟକ୍ରମରେ ଝରଣା (ୱାଟର୍‍ ଫାଉଣ୍ଟେନ)ର କଳକଳ ତଥା ମନଲୋଭା ଗତିର ତାଳେ ତାଳେ ଦୁଇଟି ଲୋକପ୍ରିୟ ଦେଶାତ୍ମବୋଧକ ଗୀତ ‘ବନ୍ଦେ ମାତରମ୍‍’ ଓ ‘ଜୟ ହୋ’ର ଝଲକ ରହିଥିଲା ।
ନୀତା ଅମ୍ବାନୀ କହିଲେ, ‘ଏହି ମନଲୋଭା ଫାଉଣ୍ଟେନ ଆମ ସମସ୍ତଙ୍କ ହୃଦୟରେ ଆନନ୍ଦ ଓ ଆଶାର ସ୍ରୋତ ସୃଷ୍ଟି କରିବ’ । ‘ଆଗାମୀ ଦିନରେ ବିଶ୍ୱସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ ଏହି ଅତ୍ୟାଧୁନିକ ତଥା ବିକଶିତ ଛକକୁ ପରିଦର୍ଶନରେ ଆସୁଥିବା ସମସ୍ତ ମୁମ୍ବଇ ଅଧିବାସୀଙ୍କ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ମହାନ ଦର୍ଶନୀୟ ଉପହାର ହେବ । ଏହା ଆମ ଦେଶରେ ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସମ୍ମେଳନ ସୁବିଧା ତଥା ଅତ୍ୟାଧୁନିକ ସେବା ଉପଲବ୍ଧ ସ୍ଥଳ ହେବ । ଏହି ବର୍ଷ ଶେଷ ସୁଦ୍ଧା ଜିଓ ୱାର୍ଲ୍ଡ ସେଣ୍ଟର ସର୍ବସାଧାଣଙ୍କ ପାଇଁ ଉନ୍ମୁକ୍ତ ହୋଇଗଲେ ଏହା ଏପରି ଏକ ସ୍ଥାନ ହେବ ଯେଉଁଠି ଲୋକେ କଳାର ପ୍ରଶଂସାରେ, ଭାବନାର ଆଦାନ ପ୍ରଦାନରେ, ସଂସ୍କୃତିକୁ ଉତ୍ସବ ଭାବେ ମନାଇବାରେ ତଥା ଆମର ମହାନ ସହରର ଐତିହ୍ୟ ଏବଂ ଉଦ୍ଦୀପନାରେ ମଜ୍ଜିଯିବାକୁ ଏକାଠି ହେଉଥିବେ ।


ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ପରିବାର ମଧ୍ୟ ସେମାନଙ୍କ ପୁଅ ଆକାଶ ସହିତ ଶ୍ଳୋକା ମେହେଟ୍ଟାଙ୍କ ବିବାହ ଉତ୍ସବ ଥିବାରୁ ଏହି ଉତ୍ସବର ଅୟମାରମ୍ଭ ଅବସରରେ ଆଜିଠାରୁ ସପ୍ତାହ ବ୍ୟାପୀ ଅନ୍ନ ସେବା (ଖାଦ୍ୟ ବଣ୍ଟନ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜିଓ ଗାର୍ଡ଼େନ୍‍ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶ୍ଳୋକାଙ୍କ ମାତାପିତା ମୋନା ଏବଂ ରସେଲ୍‍ ମେହେଟ୍ଟାଙ୍କ ସହ ଅମ୍ବାନୀ ପରିବାର ପ୍ରାୟ ୨୦୦୦ ପିଲାଙ୍କୁ ପସନ୍ଦର ଖାଦ୍ୟ ରାତ୍ରଭୋଜନରେ ପରଷିଛନ୍ତି । ଏହି ପିଲାମାନେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ‘ସମସ୍ତଙ୍କ ପାଇଁ ଶିକ୍ଷା’, ‘ସମସ୍ତଙ୍କ ପାଇଁ କ୍ରୀଡ଼ା’, ‘ପ୍ରୋଜେକ୍ଟ ଦୃଷ୍ଟି’ ଆଦି ବିବିଧ ସାମାଜିକ ବିକାଶ କାର୍ଯ୍ୟକ୍ରମର ଲାଭାର୍ଥୀ ।
ନୀତା ଅମ୍ବାନୀ କହିଲେ, “ସାରା ସହରରୁ ହଜାର ହଜାର ପିଲା ଏବଂ ବରିଷ୍ଠ ନାଗରିକଙ୍କ ସହ ଖୁସି ବାଣ୍ଟିବାରେ ଏବଂ ସେମାନଙ୍କ ଆଶୀର୍ବାଦ ପାଇଁ ଆମେ ଆନନ୍ଦିତ । ଧିରୁଭାଇ ଅମ୍ବାନୀ ସ୍କୋୟାରରେ ଏହି ସ୍ୱତନ୍ତ୍ର ମ୍ୟୁଜିକାଲ୍‍ ଫାଉଣ୍ଟେନ୍‍ କାର୍ଯ୍ୟକ୍ରମ ମୁମ୍ବଇର ଜୀବନ୍ତ ଭାବାବେଗ ପାଇଁ ଉତ୍ସର୍ଗୀକୃତ ଏବଂ ବିବାହ ଉତ୍ସବ ପରେ ଆମେ ପ୍ରତିଦିନ ଆମକୁ ଗୌରବାନ୍ୱିତ କରୁଥିବା ବ୍ୟକ୍ତିବିଶେଷ- ଏହି ମହାନ ସହରକୁ ଦିନରାତି ନିରାପଦ ଓ ଚଳତ୍‍କ୍ଷମ କରୁଥିବା ଆମର ପୁଲିସ, ଆମର ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଯବାନ, ଅଗ୍ନିଶମ କର୍ମଚାରୀ, ବିଏମ୍‍ସି କର୍ମଚାରୀ ଏବଂ ଅନ୍ୟ ସଭିଙ୍କ ପାଇଁ ବିଭିନ୍ନ ସ୍ୱତନ୍ତ୍ର ଶୋ ଆୟୋଜନ କରିବୁ” ।
ସପ୍ତାହ ବ୍ୟାପୀ ଅନ୍ନ ସେବା ପରେ ପରେ ଏକ ବର୍ଷ ପର୍ଯ୍ୟନ୍ତ ସହରରେ ଥିବା ସମସ୍ତ ଅନାଥାଶ୍ରମ ଏବଂ ଜରାନିବାସକୁ ତେଜରାତି (ଗ୍ରୋସରୀ) ସାମଗ୍ରୀ ଯୋଗାଇ ଦିଆଯିବ ।
ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷା, କ୍ରୀଡ଼ା, ଗ୍ରାମୀଣ ବିକାଶ, କଳାର ପ୍ରୋତ୍ସାହନ ଏବଂ ବିପର୍ଯ୍ୟୟ ପ୍ରଶମନ ଆଦି ନାନା ପ୍ରଭାବୀ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ କରି ଆସୁଛି ।

Leave a Reply

Your email address will not be published. Required fields are marked *