ତ୍ୱଚା ଜିନତ ସମସ୍ୟା ଦୂର କରିପାରିବ ଟମାଟୋର

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଟମାଟୋରକୁ ଖାଦ୍ୟ ରୂପେ ବ୍ୟବହାର କରାଯାଉଥବା ବେଳେ ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ବି ସହାୟକ ହୋଇଥାଏ । ଏହା କେବଳ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ତା’ନୁହେଁ ତ୍ୱଚା ଜନିତ ଅନେକ ସମସ୍ୟାକୁ ଦୂର ମଧ୍ୟ କରିପାରିଥାଏ।

ଟମାଟୋର ଭିଟାମିନ୍ ଏ, ସି ଓ କେ ଆଦି ଭରପୂର ମାତ୍ରାରେ ରହିଥାଏ । ଯାହା ତ୍ୱଚାରେ ଚମକ ଆଣି ଦେବାରେ ସାହାଯ୍ୟ କରିଥାଏ । ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ କିପରି ଟମାଟୋରକୁ ବ୍ୟବହାର କରିବେ, ଜାଣନ୍ତୁ …

ମୁହଁରେ ଟ୍ୟାନ୍ ଭଳି ସମସ୍ୟା ଉପୁଜୁଥିଲେ ଟମାଟୋର ବ୍ୟବହାର ଦ୍ୱାରା ଉପଶମ ମିଳିଥାଏ ।
ଆପଣଙ୍କର ଯଦି ତେଲିଆ ତ୍ୱଚା ହୋଇଥାଏ ତେବେ ଟମାଟୋରରେ କିଛି ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ । କିଛି ଦିନ ମଧ୍ୟରେ ତ୍ୱଚାରେ ଉଜ୍ୱଳତା ଅନୁଭବ କରିପାରିବେ।

ଯଦି ଆପଣ ବ୍ଲେକହେଡ୍ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଦରକାର ଅନୁଯାୟୀ ଟମାଟୋର କଟାରେ କିଛି ଚିନି ମିଶାନ୍ତୁ । ପରେ ବ୍ଲେକହେଡ୍ ହୋଇଥିବା ଜାଗାରେ ଏହାକୁ ଗୋଲାକାର ଭାବେ ଲଗାଇ ଶୁଖିବାକୁ ଛାଡିଦିଅନ୍ତୁ । ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଚନ୍ଦନ ପାଉଡର ଓ ଗୋଲାପ ଜଳରେ ଟମାଟୋର ରସ ମିଶାଇ ବ୍ୟବହାର କରିଲେ ତ୍ୱଚାରେ ଉଜ୍ୱଳତା ଦେଖାଯାଇଥାଏ।

କିଛି ଲେମ୍ବୁ ରସରେ ଅଳ୍ପ ଟମାଟୋର ଓ ଅଟା ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ଶୁଖିବା ପାଇଁ ଛାଡିଦିଅନ୍ତୁ । ହେଲେ ଏହି ପ୍ୟାକ୍ ମୁହଁରେ ଲଗାଇବା ପୂର୍ବରୁ ପରୀକ୍ଷା କରି ଲଗାନ୍ତୁ।

ଏକ ଚାମଚ ଟମାଟର ଚକଟାରେ କିଛି ଦହିକୁ ଭଲଭାବେ ମିଶାଇ ଦିଅନ୍ତୁ । ପରେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇକି ପାଣିରେ ଧୋଇ ଦିଅନ୍ତୁ । ଏହା ତ୍ୱଚାକୁ ହାଇଡ୍ରେଟ୍ କରିବା ସହ ପିଗମେଣ୍ଟେସନ୍ ଦୂର କରିଥାଏ।

ଟମାଟୋରରେ ଭିଟାମିନ୍ ସି ରହିଥାଏ, ଯାହାର ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

Leave a Reply

Your email address will not be published.