ଟୁକ୍ ଟୁକ୍ ଗାଡ଼ି ଚଲାଉଛନ୍ତି ଅମାୟରା

ନିଜର ନିଆରା ଅନ୍ଦାଜରେ ଅଗଣିତ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା ବି ଟାଉନ୍ ନାୟିକା ଅମାୟରା ଦସ୍ତୁର୍ ଏବେ ଇ-ରିକ୍ସା ଚଲାଉଛନ୍ତି ବୋଲି ଖବର ମିଳିଛି । ଇ-ରିକ୍ସା ଚଲାଇବା ସମୟର ଏକ ଫଟୋ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ଏସବୁ ରିଏଲ୍ ଲାଇଫରେ ନୁହେଁ, ରିଲ୍ ଲାଇଫ୍ ପାଇଁ ହେଉଛି । ଅମାୟରାଙ୍କ ଆଗାମୀ ଫିଲ୍ମ ‘ପ୍ରସ୍ଥାନମ୍’ରେ ଥିବା ଏକ ରୋମାଣ୍ଟିକ୍ ଗୀତର ସୁଟିଂ ସମୟରେ ଅମାୟରାଙ୍କୁ ଇ-ରିକ୍ସା ଚଲାଉଥିବା ଦେଖିବାକୁ ମିଳିଥିଲା । ଫିଲ୍ମର କାହାଣୀ ଅନୁଯାୟୀ ସେ ଜଣେ ୟୁନିଭର୍ସିଟି ଛାତ୍ରୀ ଭାବେ ଅଛନ୍ତି । ୟୁପିରେ ଇ-ରିକ୍ସାକୁ ‘ଟୁକ୍ ଟୁକ୍ ଗାଡ଼ି’ ବୋଲି କୁହାଯାଏ । ଏହି ଗୀତରେ ସେ ଅଲି ଫଜଲଙ୍କ ସହିତ ନଜର ଆସିବେ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଅମାୟରା କୌଣସି ଗାଡ଼ି ଚଲାଇ ନଥିବାରୁ ଲକ୍ଷେ୍ମାର ଜଣେ ଲୋକାଲ୍ ଡ୍ରାଇଭରଙ୍କ ଠାରୁ ସେ ଡ୍ରାଇଭିଂ ଟ୍ରେନିଂ ନେଇଥିଲେ । ଏହା ଅମାୟରାଙ୍କ ପାଇଁ ଖୁବ୍ ସୁଖଦ ଅନୁଭୂତି ବୋଲି ଜଣାପଡ଼ିଛି । ଏହି ଗୀତର ବ୍ୟାକଗ୍ରାଉଣ୍ଡରେ ତାଜ୍ ମହଲ୍, ଫତେପୁର ସିକ୍ରି ଓ ଲା ମାର୍ଟିନିୟର୍ କଲେଜ୍ ମଧ୍ୟ ଦେଖିବାକୁ ମିଳିବ । ଖୁବ୍ ଶୀଘ୍ର ‘ପ୍ରସ୍ଥାନମ୍’ର ରିଲିଜ୍ ଡେଟ୍ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *