ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ନୂଆ ଭେଟି: ମାଗଣାରେ ବଲବ
ଭୁବନେଶ୍ୱର(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୁଣି ଭେଟି ଦେଲେ ଏକ ନୂଆ ଉପହାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ‘ଆମ ଘରେ ଏଲ୍ଇଡି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଏନ୍ଏଫ୍ଏସ୍ଏ, ଏସ୍ଏଫ୍ଏସ୍ଏସ୍ ହିତାଧିକାରୀଙ୍କୁ ମାଗଣାରେ ବଲ୍ ମିଳିବ। ଏହାଦ୍ୱାରା ରାଜ୍ୟର ୯୫ଲକ୍ଷ ପରିବାର ଉପକୃତ ହେବେ ବୋଲି ସୂଚନା ମିଳିଛି। ଆମ ଘରେ ଏଲଇଡି ଯୋଜନା ନିମନ୍ତେ ରାଜ୍ୟ ସରକାର ଗତ ବଜେଟରେ ୧୨୫ କୋଟିର ବ୍ୟବବରାଦ କରିଥିଲେ ।
ଏହି ଯୋଜନାରେ ପ୍ରତି ପରିବାରକୁ ୯ ୱାଟ୍ର ୪ଟି ଏଲ୍ଇଡି ବଲବ୍ ବିନାମୂଲ୍ୟରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ମୋଟ ୩ କୋଟି ୮୦ ଲକ୍ଷ ବଲ୍ବ କିଣିବେ। ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏଲ୍ଇଡି ବଲ୍ବ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।