ଗୌରୀ ଖାନ୍ ଡିଜାଇନ୍ କଲେ ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍
ଆଜିକାଲି ଆଲିଆଙ୍କ ନୂଆ ଭ୍ୟାନିଟି ଭ୍ୟାନ୍ ସିନେ ଚର୍ଚ୍ଚାରେ ରହିଛି । ଏହାକୁ କିଙ୍ଗ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ ଡିଜାଇନ୍ କରିଛନ୍ତି । ଜଣେ ଦକ୍ଷ ଇଣ୍ଟରିୟର୍ ଡିଜାଇନର୍ ଭାବେ ବେଶ୍ ଜଣାଶୁଣା ଗୌରୀ ଖାନ୍ ଏହାପୂର୍ବରୁ ଅନେକ ତାରକାଙ୍କ ଭ୍ୟାନିଟି ଭ୍ୟାନ୍ ଡିଜାଇନ୍ କରିବା ସହ ହ୍ରିତିକ୍ଙ୍କ ଏକ୍ସ ୱାଇଫ୍ ସୁଜେନଙ୍କ ଘର ମଧ୍ୟ ଇଣ୍ଟରିର୍ ଡିଜାଇନ୍ କାମ କରିଥିଲେ । ଆଲିଆ ତାଙ୍କ ନୂଆ ଭ୍ୟାନିଟି ଭ୍ୟାନର କିଛି ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ ସେୟାର୍ କରିଛନ୍ତି । ସେହି ଫଟୋରେ ଭ୍ୟାନିଟି ଭ୍ୟାନ୍ର ବ୍ୟାକ୍ଗ୍ରାଉଣ୍ଡ୍ ସମ୍ପୂର୍ଣ୍ଣ ନୀଳ ଦେଖାଯାଉଛି ଏବଂ ଆଲିଆ କ୍ୟାପ୍ସନ୍ରେ ଲେଖିଛନ୍ତି – ‘କାମ ମଧ୍ୟ ଘରର ଆରାମ୍ ଭଳି ଲାଗୁଛି’ । ଗୌରୀ ଖାନ୍ ମଧ୍ୟ ଆଲିଆଙ୍କ ନୂଆ ଭ୍ୟାନ୍ର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।