୭୦ କିଲୋ ଓଜନ ଉଠାଇଲେ ଆଲିଆ
ତନୁପାତଳି ଆଲିଆ ଏବେ ୭୦ କିଲୋ ଓଜନ ଉଠାଇ ଚର୍ଚ୍ଚାରେ ଅଛନ୍ତି । ଜିମ୍ରେ ୱାର୍କଆଉଟ୍ କରିବା ସମୟର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଆଲିଆ ଡେଡଲିଫଟିଙ୍ଗ୍ କରୁଥିବାର ନଜର ଆସୁଛନ୍ତି । ଆଲିଆଙ୍କ ସ୍ୱାସ୍ଥ୍ୟ ତୁଳନାରେ ଏଭଳି ଏକ ଓଜନକୁ ଲିଫ୍ଟ କରିପାରୁଥିବା ଭିଡିଓ ଦେଖିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟଚକିତ ଅଛନ୍ତି । ଆଲିଆଙ୍କର ଏହି ୱାର୍କଆଉଟ୍ ଭିଡିଓକୁ ସୋହଫିଟ୍ ଜିମର ସୋସିଆଲ୍ ପେଜ୍ ଦ୍ୱାରା ସେୟାର୍ କରାଯାଇଛି ।
ଚଳିତବର୍ଷ ପ୍ରଥମରୁ ଆଲିଆ ଏହି ଜିମ୍ ଜଏନ୍ କରିଥିଲେ । ପ୍ରଥମେ ଡେଡ୍ ଲିଫଟିଙ୍ଗ୍ କରିବା ସମୟରେ ଆଲିଆ ୨୦ଏଲବି ଡମ୍ବଲସ୍ ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି । ନିଜକୁ ଫିଟ୍ ଓ ଷ୍ଟ୍ରଙ୍ଗ୍ କରିବା ପାଇଁ ଆଲିଆ ଜିମରେ ଅଧିକରୁ ଅଧିକ ୱାର୍କଆଉଟ୍ କରୁଛନ୍ତି । ‘ସଡ଼କ ୨’ର ସୁଟିଂରେ ବ୍ୟସ୍ତ ଥିବା ଆଲିଆଙ୍କ ଏଭଳି ଭିଡିଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ସେମାନେ ବେଶ୍ ଖୁସି ଜଣାପଡ଼ୁଛନ୍ତି ।











