ଗୋଟିଏ ମାସରେ ରିଲିଜ୍ ହେବ ଆଲିଆଙ୍କ ୩ଟି ଫିଲ୍ମ
ବି ଟାଉନର ବ୍ୟସ୍ତ ଅଭିନେତ୍ରୀ ତାଲିକାରେ ଚୁଲବୁଲି ଆଲିଆ ଭଟ୍ଟଙ୍କ ନାଁ ପ୍ରଥମରେ ରହିଛି । ଏବେ ତାଙ୍କ ହାତରେ ବ୍ରହ୍ମାସ୍ତ୍ର, ବ୍ରହ୍ମାସ୍ତ୍ର୨, ତଖତ୍, ସଡ଼କ୍ ୨, ଆରଆରଆର୍ ଓ ଇନଶାଆଲ୍ଲା ଭଳି ବହୁ ଚର୍ଚ୍ଚିତ ଫିଲ୍ମ ରହିଛି । ଏଥିରୁ ୨-୩ ଫିଲ୍ମର ସୁଟିଂ ଚାଲୁ ରହିଥିଲାବେଳେ ଅନ୍ୟସବୁ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଆହୁରି ଅନେକ ସମୟ ବାକି ରହିଛି । ତେବେ ମୁଖ୍ୟ କଥା ହେଉଛି ଆସନ୍ତା ଗୋଟିଏ ମାସ ମଧ୍ୟରେ ଆଲିଆଙ୍କ ୩ଟି ଫିଲ୍ମ ରିଲିଜ୍ ହେବ । ସେଥିପାଇଁ ଆଲିଆ ତାଙ୍କ ଅଭିନୟ କ୍ୟାରିୟରରେ ଏକ ନୂଆ ରେକର୍ଡ଼ କରିବାକୁ ଯାଉଛନ୍ତି । କହିରଖୁଛୁ ଆସନ୍ତା ଜୁଲାଇ ୧୦ ତାରିଖରେ ‘ସଡ଼କ୍ ୨’ ରିଲିଜ୍ ହେବ ବୋଲି ସୂଚନା ମିଳିଥିଲାବେଳେ ଆରଆରଆର୍ ଜୁଲାଇ ୩୧ରେ ମୁକ୍ତିଲାଭ କରିବ । ଯଦି ସବୁକିଛି ଠିକ୍ ହୁଏ, ତେବେ ଏହି ଦୁଇଟି ବଡ଼ ବଜେଟ୍ ଓ ବହୁ ପ୍ରତିକ୍ଷିତ ଫିଲ୍ମ ସହିତ ଜୁଲାଇ ୩୧ରେ ଇନଶାଆଲ୍ଲା ମଧ୍ୟ ସିନେମାଘରକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ମୋଟ ଉପରେ କହିବାକୁ ଗଲେ ଆସନ୍ତା ମାସରେ ଆଲିଆଙ୍କ ୩ଟି ଫିଲ୍ମ ବକ୍ସ ଅଫିସକୁ କବଜା କରି ରଖିବ ।