ହଲିଉଡ୍ ମୁହାଁ ଅଲ୍ଲି ଫଜଲ୍, ଗେଲ୍ ଗେଡୋଟଙ୍କ ସହିତ କରିବେ ସ୍କ୍ରୀନ୍ ସେୟାର୍
ବଲିଉଡ୍ ଅଭିନେତା ଅଲ୍ଲି ଫଜଲଙ୍କ ହାତରେ ଏବେ ଆଉ ଗୋଟିଏ ବଡ଼ ସଫଳତା ଧରା ଦେଇଛି । ବହୁ ପୂର୍ବରୁ ‘ଫାଷ୍ଟ୍ ଆଣ୍ଡ୍ ଫ୍ୟୁରିୟସ୍୭’ ଓ ‘ଭିକ୍ଟୋରିଆ ଆଣ୍ଡ୍ ଅବଦୁଲ୍’ ଭଳି ହଲିଉଡ୍ ଫିଲ୍ମରେ ନିଜ ଅଭିନୟର ଏକ ନିଆରା ଛାପ ଛାଡ଼ିଥିବା ଅଲ୍ଲି ଆଗାମୀ ଦିନରେ ଆଉ ଏକ ହଲିଉଡ୍ ଫିଲ୍ମରେ ନଜର ଆସିବେ । ‘ଡେଥ୍ ଅନ୍ ଦ ନାଇଲ୍’ ନାମକ ଏହି ହଲିଉଡ୍ ଫିଲ୍ମରେ ଅଲ୍ଲିଙ୍କ ଅନସ୍କ୍ରୀନ୍ ନାୟିକା ସାଜିବେ ‘ଓଣ୍ଡରୱିମେନ୍’ ଫେମ୍ ଗେଲ୍ ଗେଡୋଟ୍ ।
ଏହି ଫିଲ୍ମର କାହାଣୀ ପ୍ରଖ୍ୟାତ ନୋବେଲିଷ୍ଟ୍ ଅଗାଥା କ୍ରିଷ୍ଟ୍ରିଙ୍କ ଲିଖିତ ଉପନ୍ୟାସ ଉପରେ ଆଧାରିତ । ଏହା ୧୯୩୭ ମସିହାରେ ପ୍ରକାଶ ପାଇଥିଲା । ଅଲ୍ଲି ଓ ଗେଲ୍ ସହିତ ଜନି ଡିପ୍ ଓ ପେନେଲୋପ୍ କ୍ରୁଜଙ୍କୁ ମଧ୍ୟ ସାଇନ୍ କରାଯାଇଛି । ଏହି ଉପନ୍ୟାସକୁ ନେଇ ୧୯୭୮ ମସିହାରେ ମଧ୍ୟ ‘ଡେଥ୍ ଅନ୍ ଦ ନାଇଲ୍’ ନାମରେ ଗୋଟିଏ ଫିଲ୍ମ ରିଲିଜ୍ ହୋଇଥିଲା । ସେହି ଗୋଟିଏ ନାମରେ ପୁଣିଥରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଉଛି । ଅଲ୍ଲିଙ୍କ ଆଉ ଏକ ହଲିଉଡ୍ ସଫଳତା ପାଇଁ ତାଙ୍କର ପଶଂସକଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଛି ।











