କରୋନା: ୩୧ ଯାଏ ସବୁ ଟ୍ରେନ୍ ଚଳାଚଳ ବନ୍ଦ
ଭୁବନେଶ୍ଵର, (ଓଟି): କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି କେନ୍ଦ ସରକାର ସମସ୍ତ ରେଳ ଚଳାଚଳକୁ ୩୧ ତାରିଖ ଯାଏ ବନ୍ଦ ଘୋଷଣା କରିଛନ୍ତି। ଏହିକ୍ରମରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍-୧୯ ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ରେଳ ମନ୍ତ୍ରଣାଳୟ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ବନ୍ଦ କରିଛନ୍ତି। ଏଥିରେ ମେଲ୍, ଏକ୍ସପ୍ରେସ୍ଳ ସବ୍ଅର୍ବାନ୍, ପାସେଞ୍ଜର, କୋଲକତା ମେଟେଆ ରେଳ, କୋଙ୍କଣ ରେଳବାଇର ସମସ୍ତ ଯାତ୍ରୀ ବାହୀ ରେଳଚଳାଚଳ ବନ୍ଦ ଘୋଷଣା କରାଯାଇଛି। ୨୨ ତାରିଖରୁ ଏହା ଲାଗୁ ହୋଇଛି।
ଯେଉଁମାନେ ୨୨ ତାରିଖ ପୂର୍ବରୁ ଟେନ୍ରେ ବସିଛନ୍ତି ବା ଯେଉଁ ଟ୍ରେନ୍ ଏବେ ଚାଲୁଛି ତାହା ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ତାହାର ଚଳାଚଳକୁ ବନ୍ଦ କରାଯିବ। ପୁଣି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ବି ଯୋଗାଇ ଦିଆଯିବ।
କିନ୍ତୁ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ମାଲବାହୀ ଟ୍ରେନ୍ଚଳାଚଳ ଜାରି ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଯେଉଁ ଯାତ୍ରୀମାନେ ଆଗୁଆ ବୁକିଂ କରିଛନ୍ତି ସେମାନେ ପୂରା ଟଙ୍କା ଫେରସ୍ତ ପାଇବେ। ଏଥିଲାଗି ଜୁନ୍ ୨୧ ତାରିଖ ଯାଏ ଫେରସ୍ତ ତାରିଖ ଘୋଷଣା କରାଯାଇଛି।