ଶୁକ୍ରବାରରୁ ଅଧିବେଶନ, ଛୁଟିଦିନରେ ବଜେଟ୍

ନୂଆଦିଲ୍ଲୀ(ଓଟି): ଆସନ୍ତାକାଲିଠାରୁ ସଂସଦର ଆରମ୍ଭ ହେବ ବଜେଟ୍ ଅଧିବେଶନ। ତା ପରଦିନ ଆସିବ ବଜେଟ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ଗୃହ କାର୍ଯ୍ୟ ବିଶେଷକରି ବନ୍ଦ ରହୁଥିବାବଳେ ଫେବ୍ରୁଆରୀ ପହିଲାରେ ବଜେଟ୍‌ ଉପସ୍ଥାପନା ଏକ ଅଘୋଷିତ ପରମ୍ପରା ଅନୁଯାୟୀ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା ହେବ। ତେବେ ପ୍ରଥମ ଦିବସରେ ଗୁରୁତ୍ଵପୂର୍ଣ୍ଣ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅଧିକାଂଶ ଦଳର ନେତୃବୃନ୍ଦ ସାମିଲ୍‌ ହୋଇଥିଲେ। କେବଳ ଶିବସେନା ଏଥିରେ ଯୋଗଦେଇ ନଥିଲା। ବିଶେଷକରି ବିରୋଧୀଦଳର ନେତାମାନେ ସିଏଏ ଓ ଏନଆରସି ବିରୋଧରେ ମତ ଉପସ୍ଥାପନା କରିଥିଲେ। ଅନ୍ୟପକ୍ଷରେ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ କହିବା ଅନୁସାରେ ନରେନ୍ଦ୍ର ମୋଦୀ ସରକାର ସମସ୍ତ ପ୍ରକାର ପ୍ରସଙ୍ଗରେ ସକାରାତ୍ମକ ବିତର୍କ କରିବାକୁ ପ୍ରସ୍ତୁତ ଏବଂ ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ଏନେଇ ସ୍ପଷ୍ଟ କରିସାରିଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏ ଚାଲିବ।

Leave a Reply

Your email address will not be published. Required fields are marked *