ଜାନୁଆରୀ ୨ଦିନ ଭୁବନେଶ୍ଵରରେ ହେବ ଅଖିଳ ଭାରତ ସ୍ଵାଧୀନତା ସଂଗ୍ରାମୀ ଓ ଯୁବ ସାମ୍ମୁଖ୍ୟ ସମ୍ମିଳନୀ

ଭୁବନେଶ୍ବର, (ଓଟି): ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୂଣ୍ୟତିଥି ଅବସରରେ ଜାନୁଆରୀ ୨ ତାରିଖ ଦିନ ଅଖିଳ ଭାରତ ସ୍ଵାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଏବଂ ଯୁବ ସାମ୍ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ୤ ଭୁବନେଶ୍ଵର ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଦିବସବ୍ୟାପୀ ଏହି ମହୋତ୍ସବ ଆୟୋଜନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି୤
ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ କାର‌୍ୟ୍ୟକାରୀ ସଭାପତି ବିଧାନ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଯୁବ ସାମ୍ମୁଖ୍ୟର ସର୍ବଭାରତୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ , ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହୋତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ମହୋତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିପରିଷଦର ସଦସ୍ୟ ଓ ବିଧାୟକ ଏବଂ ସାଂସଦମାନଙ୍କୁ ଅତିଥିଭାବେ ନିମନ୍ତ୍ରଣ କରିବାର ନିଷ୍ପତ୍ତି ନିଆଯାଇଛି୤ ସାରା ଦେଶରୁ ସ୍ବାଧୀନତା ସଂଗ୍ରାମୀ ଓ ଯୁବ ସାମ୍ମୁଖ୍ୟ ଏଥିରେ ଯୋଗଦେବେ ।
ଦିବସବ୍ୟାପୀ ଏହି ମହୋତ୍ସବକୁ କିଭଳି ସୁଚାରୁରୂପେ ପରିଚାଳନା କରାଯିବ ସେଥିପାଇଁ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ବିରୂପାକ୍ଷ ତ୍ରିପାଠୀ, ଅଭୟ ବଡ଼ଜେନା, ସୁଧାଂଶୁ ମହାପାତ୍ର, ପ୍ରମେଶ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା , ବିବେକାନନ୍ଦ ଜେନା, ସର୍ବେଶ୍ବର ବର୍ଦ୍ଧନ, ସୁଧୀର କୁମାର ଦାସ ପ୍ରମୁଖ ମତବ୍ୟକ୍ତ କରିଥିଲେ୤ ସ୍ବାଧୀନତା ସଂଗ୍ରାମୀ ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀ ବିଭିନ୍ନ ଜିଲ୍ଲାରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା 
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରଜବନ୍ଧୁ ପରିଡ଼ା, କ୍ୟାପଟେନ ସୁବାସ ଚନ୍ଦ୍ର ମିଶ୍ର, ରାମେଶ୍ବର ଶତପଥ୍ଖ, ଶ୍ୟାମ ପ୍ରସାଦ ପଟ୍ଟନାୟକ, ବାସୁଦେବ ପଟ୍ଟନାୟକ, ଜଗନ୍ନାଥ ପାଢ଼ୀ, ସନ୍ତୋଷ କୁମାର ପତି, ଗିରିଜା ଶଙ୍କର ମହାପାତ୍ର, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ପ୍ରହଲ୍ଲାଦ ସ୍ବାଇଁ, ନୀଳାଦ୍ରି ଦାସ, ସନ୍ତୋଷ ପଣ୍ଡା, ସୌମ୍ୟାଶ୍ରୀ ମହାନ୍ତି, ମନୋରଂଜନ ମହାନ୍ତି, ରବୀନ୍ଦ୍ର ମହାନ୍ତି, ଶୁଭେନ୍ଦୁ କାନୁନଗୋ ପ୍ରମୁଖ ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *