ଏଣିକି ସକାଳୁଆ ହାଟ, ସନ୍ଧ୍ୟାବେଳକୁ ‘ନା’
ଭୁବନେଶ୍ଵର (ଓଟି): କରୋନା ମହାମାରୀ ପାଇଁ ସବୁଠି ଲାଗୁଛି କଟକଣା। ସାଧାରଣ ଜନତାଙ୍କୁ ସୁରକ୍ଷା ଚିନ୍ତା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ପରଠୁ ଆଉ ହାଟ ବସିବନି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ହେବ ବୋଲି ଭୁବନେଶ୍ଵର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ବିଏମସି ପରିସରରେ ଥିବା ସବୁ ହାଟ ସନ୍ଧ୍ୟା ୬ଟାରୁ ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ ୟୁନିଟ-୧, ୟୁନିଟ୍-୨, ସହିଦନଗର, ରୁଚିକା, ଇନ୍ଦ୍ରଧନୁ ଡେଲି ମାର୍କେଟ ଓ ଡମଣା ହାଟ ଆଦି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହୋଇ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ। ଏଥିସହ ହାଟ ଗୁଡ଼ିକୁ ସଫାସୂତୁରା ରଖାଯିବାକୁ ମଧ୍ୟ କଟକଣା ଜାରି କରାଯାଇଛି।