ଆଲିଆଙ୍କ ଡ୍ୟାନ୍ସ୍ ଭିଡିଓ ଭାଇରାଲ୍
ଏବେ ସୋସିଆଲ୍ ମିଡିଆରେ ଆଲିଆଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । କିନ୍ତୁ ସେ ଆଲିଆ ଭଟ୍ଟ ନୁହଁନ୍ତି, ସେ ହେଉଛନ୍ତି ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚର ୱାଲା। । ଆଜିକାଲି ଆଲିଆ ତାଙ୍କର ଡେବ୍ୟୁ ଫିଲ୍ମ ‘ଜବାନୀ ଜାନେମନ୍’କୁ ନେଇ ଲାଇମ୍ଲାଇଟ୍ରେ ଅଛନ୍ତି । ଏଭଳି ସମୟରେ ତାଙ୍କର ଏକ ଡ୍ୟାନ୍ସ୍ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ ହୋଇଛି ।
‘ମେ ତେନୁ ସମ୍ଝାୱା କି…’ ଓ ‘ଟିପ୍ ଟିପ୍ ବର୍ସା ପାନି…’ରେ ଆଲିଆଙ୍କ ଡ୍ୟାନ୍ସ୍ ପର୍ଫର୍ମାନ୍ସ୍ ଓ ଠୁମ୍କା ଷ୍ଟାଇଲ୍ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଛି । ଏ ସମ୍ପର୍କରେ ଆଲିଆ କହିଛନ୍ତି ଯେ ‘ଦୀର୍ଘ ୧ ବର୍ଷର ସଂଘର୍ଷ ପରେ ଏଭଳି ଏକ ଖୁସି ଆସିଛି ଏବଂ ଆହୁରି ଆଗକୁ ଯିବାକୁ ହେବ । ଏଭଳି ସଫଳତା ମିଳିବ ବୋଲି ଆଶା ନଥିଲା ।
ମୋର ଗୁରୁ ଡିମ୍ପଲ୍ ଓ ଉତ୍କର୍ଷଙ୍କୁ ବହୁତ ବହୁତ ଧନ୍ୟବାଦ’ । ନିତିନ୍ଙ୍କ ନିର୍ଦ୍ଦେଶିତ ‘ଜବାନୀ ଜାନେମନ୍’ର କାହାଣୀ ବାପା ଓ ଝିଅର ସମ୍ପର୍କ ଉପରେ ଆଧାରିତ । ଏଥିରେ ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ଭାବେ ଆଲିଆ ପରଦା ଉପରକୁ ଆସିବେ ।
‘ଲାକ୍ମି ପ୍ୟାଶନ୍ ୱିକ୍ ୨୦୧୯’ରେ ଜାହ୍ନବୀଙ୍କ ଜଲ୍ୱା