ଆଲିଆଙ୍କ ନାଇଟ୍ ସୁଟ୍ ୨ ଲକ୍ଷ
କିଛିଦିନ ତଳେ ଚୁଲ୍ବୁଲି ନାୟିକା ଆଲିଆ ୧ ଲକ୍ଷ ଟଙ୍କାର ଏକ କ୍ଲଚ୍ ଧରିଥିବାର ଚର୍ଚ୍ଚା ସିନେ ମହଲର ବିଶେଷ ଆକର୍ଷଣ ଥିଲା । ଏବେ ଆଲିଆଙ୍କ ନାଇଟ୍ ସୁଟ୍ର ଦାମ୍ ସିନେପ୍ରେମୀଙ୍କ ନିଦ ହଜାଇ ଦେଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଲିଆଙ୍କ ସାମାନ୍ୟତମ ନାଇଟ୍ ସୁଟ୍ର ଦାମ୍ ହେଉଛି ୨ ଲକ୍ଷ ଟଙ୍କା ।
ଏୟାର୍ପୋର୍ଟ ଠାରେ ଆଲିଆଙ୍କ ଏକ ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଆଲିଆ ଏକ ସିମ୍ପୁଲ୍ ନାଇଟ୍ ସୁଟ୍ ପିନ୍ଧିଥିବାର ସ୍ପଟ୍ କରାଯାଇଥିଲା । ସିମ୍ପୁଲ୍ ଦେଖାଯାଉଥିବା ଏହି ନାଇଟ୍ସୁଟ ବେଶ୍ ଷ୍ଟାଇଲିସ୍ ହୋଇଛି । ଅଫ୍ ହ୍ୱାଇଟ୍ ରଙ୍ଗର ଫ୍ଲୋରାଲ୍ ପାଇଜାମା ଓ ସାର୍ଟ ସହିତ ଆଲିଆ ନ୍ୟୁଡ୍ କଲରର ଏକ ହିଲ୍ ପିନ୍ଧିଛନ୍ତି । ଆଲିଆଙ୍କ ନାଇଟ୍ ସୁଟ୍ ‘ଗୁସି’ କମ୍ପାନୀର ବୋଲି ସୂଚନା ମିଳିଛି । ହାଲ୍କା ମେକ୍ଅପ୍ ସହିତ ଆଲିଆ ଗୋଲାପି ରଙ୍ଗର ଲିପ୍ଷ୍ଟିକ୍ ଲଗାଇଛନ୍ତି । ହାତରେ ଅଛି ଏକ ହ୍ୱାଇଟ୍ ରଙ୍ଗର ହ୍ୟାଣ୍ଡ ବ୍ୟାଗ୍
ଏଭଳି ଲୁକ୍ରେ ଆଲିଆ ବହୁତ ଫ୍ୟାଶନେବୁଲ୍ ଲାଗୁଛନ୍ତି । ସବୁବେଳେ କମ୍ଫର୍ଟ ପୋଷାକକୁ ଅଧିକ ଗୁରୁତ୍ୱ ଦେଉଥିବା ଆଲିଆଙ୍କ ଏହି ନାଇଟ୍ ସୁଟ୍ର ଦାମ୍ ଏବେ ମୁଖ୍ୟ ଚର୍ଚ୍ଚାରେ ରହିଛି । ଆଗାମୀ ଦିନରେ ଅୟାନ୍ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଆଲିଆ ପରଦା ଉପରକୁ ଆସିବେ ।
ରଣବୀରଙ୍କ ପାଇଁ ଲକି ହେଲେ ଦୀପିକା, ଘରକୁ ଆସିଲେ ଲକ୍ଷ୍ମୀ