ଛୁଇଁଲା ସତେଇଶି
ମୁମ୍ବାଇ (ଓଟି): ଚୁଲବୁଲି ନାୟିକା। ଅନେକ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ସେ। ଏହାରି ଭିତରେ ୨୬ ବସନ୍ତ ପାର କରିସାରିଲେଣି। ଆଜି ତାଙ୍କର ଜନ୍ମଦିନ। ଅର୍ଥାତ୍ ସେ ୨୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଆପଣ ଠିକ୍ ଜାଣିପାରିଛନ୍ତି ଆମେ କାହା କଥା କହୁଛୁ। ସେ ହେଉଛନ୍ତି ଆଲିଆ ଭଟ୍ଟ। ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ।
୧୯୯୩ ମାର୍ଚ୍ଚ ୧୫ରେ ଆଲିଆ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୨ରେ କରନ ଜୋହରଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରେ ବଲିଉଡ ଡେବ୍ୟୁ କରିଥିଲେ। ରଣବୀର କପୁରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ସମ୍ପ୍ରତି ସବୁଠି ଚାଲିଛି ଚର୍ଚ୍ଚା। ଦୁହେଁ ଡେଷ୍ଟିନେସନ ୱେଡିଂର ପ୍ଲାନ ମଧ୍ୟ କରିସାରିଛନ୍ତି। ଏହା ପୂର୍ବରୁ ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ମଧ୍ୟ ଡେଟ କରୁଥିଲେ।
ଆଗକୁ ରଣବୀରଙ୍କ ସହ ଆଲିଆଙ୍କ ଏକ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି। ‘ବ୍ରହ୍ମାସ୍ତ୍ର’ ନାମକ ଉକ୍ତ ଚଳଚ୍ଚିତ୍ର ପାଇଁ ଆଲିଆ-ରଣବୀରଙ୍କ ଫ୍ୟାନ୍ମାନେ ଖୁବ୍ ପ୍ରତୀକ୍ଷାରେ ରହିଛନ୍ତି।