୭ ବର୍ଷରୁ ଆରମ୍ଭ କରିଥିଲେ ଅଭିନୟ, ଏବେ ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତୁ
କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍’ ମାଧ୍ୟମରେ ଆଲିଆ ଭଟ୍ଟଙ୍କ ସହିତ ସିନେପ୍ରେମୀଙ୍କ ପରିଚୟ ହୋଇଥଲା, ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ବୋଧହୁଏ ଅନେକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଆଲିଆଙ୍କର ଡେବ୍ୟୁ ଫିଲ୍ମ ନଥିଲା । ଏହାର ବହୁତ ପୂର୍ବରୁ ଆଲିଆ ମାତ୍ର ୭ ବର୍ଷ ବୟସରେ ଶିଶୁ କଳାକାର ଭାବେ ବଲିଉଡ୍ରେ ଏଣ୍ଟ୍ରୀ କରିଥିଲେ । ୧୯୯୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସଂଘର୍ଷ’ରେ ଆଲିଆଙ୍କୁ ଶିଶୁ କଳାକାର ଭାବେ ପରଦାରେ ଦେଖିବାକୁ ମିଳିଥିଲା । ଅକ୍ଷୟ କୁମାର ଓ ପ୍ରୀତି ଜିଣ୍ଟା ଏହାର ଲିଡ୍ରୋଲ୍ରେ ଥିଲେ ।
ଦୀର୍ଘଦିନର ବ୍ୟବଧାନ ପରେ କରଣ ଜୋହର୍ ଆଲିଆଙ୍କୁ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍’ରେ ଲଞ୍ଚ୍ କରିଥିଲେ । ଏହି ଫିଲ୍ମର ଅପାର ସଫଳତା ପରେ ଆଲିଆ ବଲିଉଡ୍ରେ ଏବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମୁଖ୍ୟତଃ ଫିଲ୍ମ ଓ ବିଜ୍ଞାପନରୁ ଆଲିଆ ଏବେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି । ସର୍ଭେ ହୋଇଥିବା ସେଲିବ୍ରିଟି ଇନ୍କମ୍ ତାଲିକା ଅନୁଯାୟୀ ଆଲିଆ ଏବେ ୧୩ କୋଟି ଟଙ୍କାର ମାଲିକାଣୀ । ଆଲିଆଙ୍କ ପାଖରେ ଅଡିକ୍ୟୁ-୫ ଗାଡ଼ି ଅଛି । ଜୁହୁରେ ଆଲିଆଙ୍କ ଏକ ପ୍ରୋପଟି ରହିଛି, ଯେଉଁଥିରେ ଏକ ଟି-ବାର୍ ଚାଲୁଛି ।
ହାତରେ ୧ଲକ୍ଷ ଟଙ୍କାର କ୍ଲଚ୍ ଓ ୨ ଲକ୍ଷ ଟଙ୍କାର ନାଇଟ୍ସୁଟ୍ ପିନ୍ଧୁଥିବା ଆଲିଆ ଚୁଲ୍ବୁଲି ଅନ୍ଦାଜ୍ରେ ଦର୍ଶକଙ୍କ ମନ କିଣିନେଉଛନ୍ତି । ଆଲିଆ ନିଜ ପରିଶ୍ରମ ବଳରେ ହିଁ ଏହି ସଫଳତା ହାସଲ କରିପାରିଛନ୍ତି ।