ଆଉ ଏକ ଫ୍ଲାଟ୍ ମାଲିକାଣୀ ହେଲେ ଆଲିଆ, ୨ ଗୁଣା ଦାମ୍ରେ କିଣିଲେ
୨ଲକ୍ଷ ଟଙ୍କାର ନାଇଟ୍ସୁଟ୍ ଓ ଲକ୍ଷେ ଟଙ୍କାର କ୍ଲଚ୍ ଭଳି ଦାମୀ ଅନ୍ଦାଜ୍ ପାଇଁ ପ୍ରାୟ ସବୁବେଳେ ସିନେ ମହଲର ଚର୍ଚ୍ଚାରେ ଥିବା ଚୁଲ୍ବୁଲି ଆଲିଆଙ୍କ ପ୍ରଶଂସକଙ୍କ ପାଇଁ ଆଉ ଖୁସି ଖବର । ଏବେ ଆଲିଆ ୨ ଗୁଣା ଦାମ୍ ଦେଇ ଜୁହୁ ନିକଟରେ ଏକ ଫ୍ଲାଟ୍ କିଣିଛନ୍ତି । ୨୩୦୦ ସ୍କ୍ୱାୟର୍ଫୁଟ୍ ବିଶିଷ୍ଟ ଏହି ଫ୍ଲାଟ୍ର ଦାମ୍ ଥିଲା ୭କୋଟି ୮୬ ଲକ୍ଷ ଟଙ୍କା । କିନ୍ତୁ ଆଲିଆ ତାହାକୁ ୧୩ କୋଟି ଟଙ୍କାରେ କିଣିଛନ୍ତି । ଏହି ଆପାର୍ଟମେଣ୍ଟ୍ ‘ସନ୍ସଇନ୍ ପ୍ରଡକ୍ସନ୍ ପ୍ରଇଭେଟ୍ ଲିମଟେଡ୍’ ପକ୍ଷରୁ ନିର୍ମିତ ହୋଇଛି । ଏହାର ଗୋଟିଏ ଫ୍ଲାଟ୍ ପାଇଁ ଆଲିଆ ୬୫ ଲକ୍ଷର ଷ୍ଟାମ୍ପଡ୍ୟୁଟି ଦେଇଛନ୍ତି ବୋଲି ସୂଚନା ମିଳିଛି।
ଏହା ସହିତ ଆଲିଆଙ୍କୁ ୨ଟି ପାର୍କିଙ୍ଗ୍ ଏରିଆ ମଧ୍ୟ ଏଲଟ୍ କରାଯାଇଛି । ବଲିଉଡ୍ରେ ସଫଳ କ୍ୟାରିୟର୍ ମଧ୍ୟରେ ଆଲିଆ ତୃୃତୀୟଥର ପାଇଁ ପ୍ରପର୍ଟି ମାଲିକାଣୀ ହୋଇଛନ୍ତି । ଏହା ପୂର୍ବରୁ ଆଲିଆ ୨ଟି ବଙ୍ଗଳା କିଣିସାରିଛନ୍ତି । ଗତବର୍ଷ ଆଲିଆଙ୍କ ଫିଲ୍ମ ‘ରାଜି’ ଖୁବ୍ ଭଲ ବ୍ୟବସାୟ କରିଥିଲା। ଧୀରେ ଧୀରେ ସଫଳତାର ଶୀର୍ଷ ଛୁଉଁଥିବା ଆଲିଆଙ୍କ ଆଗାମୀ ଫିଲ୍ମ ‘ଗଲିବୟ’ ଓ ‘କଲଙ୍କ୍’ ପାଇଁ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି ।
୭ ବର୍ଷରୁ ଆରମ୍ଭ କରିଥିଲେ ଅଭିନୟ, ଏବେ ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତୁ
ରାହତ ଫତେହ ଅଲ୍ଲୀଖାନ୍ଙ୍କୁ ‘ଫେମା’ ଅନ୍ତର୍ଗତ ନୋଟିସ୍