‘ମିଶନ୍ ମଙ୍ଗଲ୍’ ସହିତ ଟକ୍କର ଦେବ ‘ସାହୋ’

ଖିଲାଡ଼ି କୁମାର ଅକ୍ଷୟ ତାଙ୍କର ଅଗାମୀ ଫିଲ୍ମ ‘ମିଶନ୍ ମଙ୍ଗଲ’ର ରିଲିଜ୍ ଡେଟର ଘୋଷଣା କରିସାରିଛନ୍ତି । ମିଶନ୍ ଅଫ୍ ମାର୍ସ ଉପରେ ଆଧାରିତ ଏହି ମଲଟିଷ୍ଟାରର୍ ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ । କିନ୍ତୁ ଏହା ସହିତ ସିନେମାଘରକୁ ଆସିବ ବାହୁବଳୀ ଫେମ୍ ପ୍ରଭାସଙ୍କ ଅଭିନୀତ ଆଉ ଏକ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’ । ଗୋଟିଏ ଦିନରେ ଦୁଇଜଣ ବଡ଼ ଷ୍ଟାରଙ୍କ ଫିଲ୍ମ ବକ୍ସ ଅଫିସକୁ ନିଶ୍ଚିତଭାବେ ପ୍ରଭାବିତ କରିବ ବୋଲି ଏବେଠାରୁ ଟ୍ରେଡ୍ ଆନାଲିଷ୍ଟମାନେ ଆକଳନ କରୁଛନ୍ତି । କାରଣ ଦୁଇଟି ଫିଲ୍ମ ପାଇଁ ଦର୍ଶକ ବାଣ୍ଟି ହୋଇଯିବେ । ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ‘ମିଶନ୍ ମଙ୍ଗଲ’ରେ ଅକ୍ଷୟ, ବିଦ୍ୟା ବାଲାନ୍, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ସରମନ୍ ଯୋଶୀ, ଓ କାର୍ତ୍ତିକ କୁହ୍ଲାରି ଭଳି ନାମୀଦାମୀ ତାରକାଙ୍କୁ ଗୋଟିଏ ସ୍କ୍ରୀନରେ ଦେଖିବାକୁ ଦର୍ଶକ କେବେ ମଧ୍ୟ ହାତଛଡ଼ା କରିବାକୁ ଚାହିଁବେନି ।

ଅନ୍ୟ ପକ୍ଷରେ ବାହୁବଳୀ ପରେ ପ୍ରଭାସଙ୍କ ଆଉ ଏକ ଆକ୍ସନ୍ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢିବାରେ ଲାଗିଛି । ଯାହାବି ହେଉ ନା କାହିଁକି ଦୁଇଟି ଫିଲ୍ମର ଓପନିଙ୍ଗ୍ ଡେ’ କଲେକ୍ସନ୍ ନିଶ୍ଚିତ ଭାବେ କମିଯିବ ବୋଲି ଫିଲ୍ମ ସମୀକ୍ଷକମାନେ ମତ ଦେଇଛନ୍ତି । ୩୦୦କୋଟି ଟଙ୍କା ବଜେଟରେ ନିର୍ମିତ ‘ସାହୋ’ ୩ଟି ଭାଷାରେ ରିଲିଜ୍ କରାଯିବ । ଫିଲ୍ମର ଫାଷ୍ଟସଙ୍ଗ୍ ‘ସାଇକୋ ସୈୟାଁ…’ର ଟିଜର୍ ଶୁକ୍ରବାରଦିନ ରିଲିଜ୍ କରାଯାଇଛି ।

Leave a Reply

Your email address will not be published. Required fields are marked *