‘ପୃଥ୍ୱୀରାଜ୍’ ପାଇଁ ପୂଜା କଲେ ଅକ୍ଷୟ ଓ ମାନୁଷୀ

ଆଗାମୀ କିଛି ଦିନ ମଧ୍ୟରେ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ୍’ର ସୁଟିଂ ଆରମ୍ଭ କରିବେ । ଏଥିରେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମାନୁଷୀ ଛିଲର୍ । ସୁଟିଂ ପୂର୍ବରୁ ଆୟୋଜିତ ମହୁରତ୍ ପୂଜାରେ ଅକି ଓ ମାନୁଷୀ ଯୋଗ ଦେଇ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ପୂଜାରେ ସମସ୍ତ ଷ୍ଟାରକାଷ୍ଟ୍ ସହିତ ଫିଲ୍ମଟିମକୁ ଦେଖିବାକୁ ମିଳିଥିଲା । ଏହାର କିଛି ଫଟୋକୁ ଅକି ଇନଷ୍ଟାଗ୍ରାମ ମାଧ୍ୟମରେ ସେୟାର୍ କରିଛନ୍ତି । ଏହି ପୂଜାରେ ରାଣୀ ମୁଖାର୍ଜି ମଧ୍ୟ ସାମିଲ୍ ହୋଇଥିଲେ । ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶିତ ଏହି ଐତିହାସିକ ଫିଲ୍ମ ଆସନ୍ତା ଦୀପାବଳିରେ ସିନେମାଘରକୁ ଆସିପାରେ ।

ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ମାନୁଷୀ ପୃଥ୍ୱୀରାଜଙ୍କ ରାଣୀ ସଂଯୋଗୀତାଙ୍କ ଭୂମିକାରେ ପରଦା ଉପରକୁ ଆସିବେ । ଅକ୍ଷୟ ମୁଖ୍ୟ ଭୂମିକାରେ ଥିବାବେଳେ ମହମ୍ମଦ ଘୋରୀଙ୍କ ଭୂମିକା ପାଇଁ ମାନବ୍ ବିଜଙ୍କୁ ସାଇନ୍ କରାଯାଇଛି । ଇତିହାସର କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମଗୁଡ଼ିକ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଆସୁଛି । ତେବେ ଏହି ଧାରାରେ ‘ପୃଥ୍ୱୀରାଜ୍’ ମଧ୍ୟ ବକ୍ସଅଫିସ୍ ହିଟ୍ ହେବ ବୋଲି ଫିଲ୍ମଟିମ୍ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *