ଜାସୁସ୍ ଅବତାରରେ ଅକି

ବି ଟାଉନର ଖିଲାଡ଼ି କୁମାର ଅକ୍ଷୟ ଆଗାମୀ ଦିନରେ ଜାସୁସ୍ ଭୂମିକାରେ ପରଦା ଉପରକୁ ଆସିବେ । ଏହି ଫିଲ୍ମର ନାମ ରଖାଯାଇଛି ‘ବେଲ୍ ବଟମ୍’ । ୮୦ ଦଶକର ଏକ ସତ ଘଟଣାକୁ ନେଇ ଫିଲ୍ମର କାହାଣୀ ରଚନା କରାଯାଇଛି । ଏହାର ଫାଷ୍ଟଲୁକ୍ ସୋସିଆଲ୍ ମିଡିଆକୁ ଆସିସାରିଛି । ଅକି ଏହାର ଫାଷ୍ଟଲୁକ୍ ସେୟାର୍ କରିବା ସହିତ କ୍ୟାପସନରେ ଲେଖିଛନ୍ତି – ‘ପ୍ରସ୍ତୁତ ହୋଇଯାଆନ୍ତୁ, ୮୦ ଦଶକକୁ ଫେରିଯାଇ ଜାସୁସି ରୋଲର୍ କୋଷ୍ଟର୍ ରାଇଡ୍ କରିବା ପାଇଁ’ । ଖୁବ୍ ଶୀଘ୍ର ଆସୁଛି ‘ବେଲ ବଟମ୍’ । ଅକିଙ୍କ ଏଭଳି ପୋଷ୍ଟ୍ ଦେଖିବା ପରେ କେତେଜଣ ପ୍ରଶଂସକ ପ୍ରଶ୍ନ କରିଥିଲେ ଯେ ଏହା କୌଣସି ତାମିଲ୍ ଫିଲ୍ମର ହିନ୍ଦି ରିମେକ୍ ନୁହେଁ ତ? ଏହାର ଉତ୍ତରରେ ଅକି କହିଛନ୍ତି ଯେ ଏହା ଗୋଟିଏ ଓରିଜନାଲ୍ ଫିଲ୍ମ ଏବଂ ସତ ଘଟଣା ଉପରେ ଆଧାରିତ ।

ରଞ୍ଜିତ୍ ଏମ୍ ତିୱାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୧ ଜାନୁୟାରୀ ୨୨ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ବାସୁ ଗଭନାନୀ, ଜ୍ୟାକି ଭଗନାନୀ, ଦୀପଶିଖିା ଦେଶମୁଖ୍, ମୋନିଷା ଆଡଭାନି, ମଧୁ ଭୋଜଭାନି ଓ ନିଖିଲଖ ଆଡଭାନି । ତେବେ ଅକିଙ୍କୁ ଜାସୁସ୍ ଭୂମିକାରେ ଦେଖିବା ପାଇଁ ପ୍ରଶଂସକଙ୍କୁ ଆହୁରି ୨ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *