ସାଉଥ୍ ଇଣ୍ଡିଆନ୍ ଲୁକରେ ଅକି
ବି ଟାଉନର କେଶରୀ ଭାବେ ପରିଚିତ ଅକ୍ଷୟ କୁମାରଙ୍କୁ ଏବେ ସାଉଥ୍ ଇଣ୍ଡିଆନ୍ ଲୁକରେ ଦେଖିବାକୁ ମିଳିବ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ଚାଲିଥିବା ଅକିଙ୍କ ଆଗାମୀ ଫିଲ୍ମର ଘୋଷଣା ସରିଯାଇଛି । ଅପକମିଙ୍ଗ୍ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଅକିଙ୍କୁ ସାଉଥ୍ ଇଣ୍ଡିଆନ୍ ଲୁକରେ ଦେଖିବାକୁ ମିଳିବ । ଏହାର ଫାଷ୍ଟଲୁକ୍ ରିଲିଜ୍ ହୋଇଯାଇଛି । ଫରହାଦ୍ ସାମଜିଙ୍କ ନିର୍ଦ୍ଦେଶିତ ଏବଂ ସାଜିଦ୍ ନାଦିଆୱାଲାଙ୍କ ପ୍ରଯୋଜିତ ଏହି ଫିଲ୍ମର ଫାଷ୍ଟଲୁକୁ ଅକି ଟ୍ୱିଟର୍ ମାଧ୍ୟମରେ ସେୟାର୍ କରିଛନ୍ତି ।
ଏଥିରେ ଅକି ମଥାରେ ଚନ୍ଦନ ଲଗାଇବା ସହ କଳା ରଙ୍ଗର ଲୁଙ୍ଗି ପିନ୍ଧିଛନ୍ତି । ଏହା ସହିତ ଘନ ନିଶ ଓ ବେକରେ ମୋଟା ମାଳି ଅକିଙ୍କ ଲୁକକୁ ପରଫେକ୍ଟ କରୁଛି । ଏହା ସହିତ ତାଙ୍କ ହାତରେ ମାର୍ସଲ୍ ଆର୍ଟର ପ୍ରମୁଖ ଅସ୍ତ୍ର ମଧ୍ୟ ରହିଛି । ଏହି ଫିଲ୍ମ ଆଗାମୀ ବର୍ଷ କ୍ରିସମାସରେ ରିଲିଜ୍ ହେବ । ଏହା ବକ୍ସ ଅଫିସରେ ଅମୀରଙ୍କ ଅଭିନୀତ ‘ଲାଲ୍ ସିଂ ଚଡ୍ଡା’ ସହିତ ଟକ୍କର ଦେବ ବୋଲି ସୂଚନା ମିଳିଛି । ବି ଟାଉନର ବ୍ୟସ୍ତ ଅଭିନେତା ଖିଲାଡ଼ି କୁମାରଙ୍କ ସାଉଥ୍ ଇଣ୍ଡିଆନ୍ ଲୁକ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ହୋଇଛି ।