‘ଟିପ୍ ଟିପ୍ ବରଷା ପାନୀ…’ର ରିମେକ୍ ସମ୍ପର୍କରେ କ’ଣ କହିଲେ ଅକି, ଜାଣନ୍ତୁ

ରୋହିତ୍ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସବୁବେଳେ ସୋସିଆଲ୍ ମିଡିଆରେ ଛାଇ ରହୁଛି । କିଛି ଦିନ ପୂର୍ବରୁ ଖବର ମିଳିଥିଲା ଯେ ‘ସୂର୍ଯ୍ୟବଂଶୀ’ରେ ‘ଟିପ୍ ଟିପ୍ ବରଷା ପାନୀ…’ର ରିମେକ୍ ଦେଖିବାକୁ ମିଳିବ । ଏହି ଗୀତ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ନେଇ ସୁଟିଂ କରାଯାଇଛି । ଏଭଳି ଏକ ଖବରରେ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ ଉତ୍କଣ୍ଠା ଦିଗୁଣା ହୋଇଯାଇଛି । ଏହି ଗୀତର ରିମେକ୍ ଦେଖିବା ପାଇଁ ଖିଲାଡ଼ି କୁମାର ଅକିଙ୍କ ପ୍ରଶଂସକ ଯେତିକି ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି, ନିଜେ ଅକି ତା’ଠାରୁ ଅଧିକ ଖୁସି ଜଣାପଡ଼ୁଛନ୍ତି । ଏ ସମ୍ପର୍କରେ ଅକି ତାଙ୍କ ମନକଥା ଟ୍ୱିଟର୍ ମାଧ୍ୟମରେ ସେୟାର୍ କରିଛନ୍ତି ।

ସେ ଲେଖିଛନ୍ତି ଯେ ‘ଯଦି ଅନ୍ୟ ଜଣେ କେହି ଅଭିନେତା ଏହି ଗୀତକୁ ରିକ୍ରିଏଟ୍ କରିଥାନ୍ତେ, ତେବେ ମୋତେ ନିଶ୍ଚିତ ଟିକେ ଦୁଃଖ ଲାଗିଥାନ୍ତା । କାରଣ ସେହି ଗୀତ ମୋ କ୍ୟାରିୟରର୍ ପର୍ଯ୍ୟାୟବାଚୀ ହୋଇଯାଇଛି । ଏଥିପାଇଁ ମୁଁ ରତନ ଜୈନ୍ଙ୍କୁ ଅଶେଷ ଧନ୍ୟବାଦ ଦେଉଛି’ । ଏହି ଟ୍ୱିଟ୍ ସହିତ ଅକି ଓ ରତନ ଜୈନଙ୍କ ଏକ ଫଟୋ ମଧ୍ୟ ସେୟାର୍ ହୋଇଛି । ସୂଚନାଯୋଗ୍ୟ ଗୀତଟିର ସତ୍ୱାଧିକାର ରତନଙ୍କ ପାଖରେ ରହିଛି ଏବଂ ସେ ଓ ତାଙ୍କ ଭାଇ ଗଣେଶ ଜୈନ୍ ଏହି ଗୀତକୁ ପ୍ରୋଡ୍ୟୁସ୍ କରିଥିଲେ ।

Leave a Reply

Your email address will not be published. Required fields are marked *