ସମାଲୋଚନାର ଶିକାର ହେଲେ ଖିଲାଡ଼ି କୁମାର
ଆଜିକାଲି ବି ଟାଉନ୍ ସେଲିବ୍ରିଟିଙ୍କ ଟିକେ କ’ଣ ଭୁଲ୍ ଦେଖିଲେ, ସୋସିଆଲ୍ ମିଡିଆର ୟୁଜର୍ସମାନେ ସେମାନଙ୍କୁ ଟ୍ରୋଲ୍ କରିବାକୁ ପଛାଉ ନାହାନ୍ତି । ଲାଗୁଛି ଟ୍ରୋଲ୍ କରିବା ସତେ ଯେମିତି ଏବେ ଏକ ନୂଆ ଧାରା ସୃଷ୍ଟି କରିଛି । ଏବେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ମଧ୍ୟ ଟ୍ରୋଲ୍ର ଶିକାର ହେବାକୁ ପଡ଼ିଛି । ଖବର ମିଳିଛି ଯେ ଅକି ବିନା ହେଲମେଟରେ ବାଇକ୍ ଚଲାଉଥିବାର ଏକ ଫଟୋ ଭାଇରାଲ୍ ହେବା ପରେ ତାହାକୁ ନେଇ ୟୁଜର୍ସ ଏବେ ନାହିଁନଥିବା ସମାଲୋଚନା କରୁଛନ୍ତି । ଅନେକ ଜଣ ୟୁଜର୍ସ ଟ୍ରାଫିକ୍ ନିୟମ ସମ୍ପର୍କରେ ଅକିଙ୍କୁ ଅବଗତ କରାଉଛନ୍ତି । ଟ୍ରାଫିକ୍ ରୁଲ୍ ସମ୍ପର୍କିତ ଅକିଙ୍କ ବିଜ୍ଞାପନ ସମ୍ପର୍କରେ ମଧ୍ୟ ମନେ ପକାଇଛନ୍ତି ଆଉ କେତେଜଣ ୟୁଜର୍ସ । ଅନେକ ଜଣ ଟ୍ୱିଟ୍ କରିଛନ୍ତି ଟ୍ରାଫିକ୍ ରୁଲ୍ ଓ ହେଲମେଟ୍ ପିନ୍ଧିବା ନେଇ ଉପଦେଶ ଦେଉଥିବା ଅକ୍ଷୟ ଏବେ ନିଜେ କ’ଣ କରୁଛନ୍ତି । ଏଭଳି ଅନେକ କିଛି ।
କିନ୍ତୁ ପ୍ରକୃତରେ ଏହା ଅକିଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଏକ ଷ୍ଟଣ୍ଟସିନ୍ ପାଇଁ କରାଯାଇଥିଲା । ବ୍ୟାଙ୍କକରେ ଫିଲ୍ମର ସୁଟିଂ ଚାଲୁରହିଛି । ରିହରସାଲ୍ ସମୟର ଏକ ଫଟୋକୁ ଫିଲ୍ମର ନିର୍ଦ୍ଦେଶକ ରୋହିତ ୍ ସେଟ୍ଟି ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ଅକିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।