‘ଶ୍ରୀମନ୍ଦିର ଭିତରେ ପାଳନ କରାଯିବ ସମସ୍ତ ପର୍ବ ବିଧି’

ଭୁବନେଶ୍ଵର,ପୁରୀ(ଓଟି): ମହାମାରୀ କରୋନା ପାଇଁ ଦେଶ ଲକ୍‌ଡାଉନ୍‌ରେ ରହିଛି। ଏହା ମାନବ ସମାଜର କଲ୍ୟାଣ ପାଇଁ ଆବଶ୍ୟକ। ତେବେ ଶ୍ରୀଜିଉଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତି ବନ୍ଦ ହେବନି। ଶ୍ରୀମନ୍ଦିର ଭିତରେ ହେବ ସମସ୍ତ ଯାତ୍ରା ବିଧି। ସରକାରଙ୍କ ନିୟମ ପାଳନ ସହ ମହାପ୍ରଭୁଙ୍କ ଦେବନୀତି ହେବା ନେଇ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସୂଚନା ଦେଇଛନ୍ତି।

ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରର ବିଧି ପାଳନ ହେବ ଏବଂ ସରକାରଙ୍କ ନିୟମ ମଧ୍ୟ ପାଳନ ହେବ। ତେଣୁ ଶ୍ରୀମନ୍ଦିର ବାହାରେ ନୁହେଁ ବରଂ ମନ୍ଦିର ଭିତରେ ଅକ୍ଷୟ ତୃତୀୟା ବିଧି ପାଳନ ହେବ। ଏହା ପରେ ଶ୍ରୀମନ୍ଦିର ଭିତରେ ହିଁ ହେବ ରଥ ନିର୍ମାଣ କାର୍ଯ୍ୟ। ମେଘନାଦ ପାଚେରି ଭିତରେ ନୀତି ପାଳନ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ରହିଥିବା ଗଜପତି ମହାରାଜା କହିଛନ୍ତି। ଏଥିସହ ପରବର୍ତ୍ତୀ ନିଷ୍ପତ୍ତି ମେ ୩ ତାରିଖ ପରେ ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *