ଅକ୍ଷୟଙ୍କ ବିରୋଧରେ ଅଭିଯୋଗ ତାଲିକା ପ୍ରସ୍ତୁତ କଲେ ଟ୍ୱିଙ୍କିଲ୍
ନିକଟରେ ଅକ୍ଷୟ ଓ ଟ୍ୱିଙ୍କିଲ୍ଙ୍କ ବିବାହକୁ ୧୮ ବର୍ଷ ପୁରିଯାଇଛି । ବଲିଉଡ୍ରେ ଏହି ଯୋଡ଼ି ଏକ ପରଫେକ୍ଟ ଯୋଡ଼ି ଭାବେ ପରିଚିତ । ସୋଶାଲ୍ ମିଡିଆରେ ଏମାନେ ସାଙ୍ଗ ଭଳି ପରସ୍ପରର ଦୋଷ ଦୁର୍ଗୁଣ ବଖାଣିବାରେ ଆଦୌ ଡେରି କରନ୍ତି ନାହିଁଁ। ଅନ୍ୟ ପକ୍ଷରେ ଫ୍ୟାମିଲି ଫର୍ମୁଲାରେ ଏହି ଯୋଡ଼ି ସବୁବେଳେ ପରସ୍ପରର ମନକଥା ଜାଣିପାରନ୍ତି । ସବୁବେଳେ କାମବ୍ୟସ୍ତ ରହିଲେ ମଧ୍ୟ ଅକ୍ଷୟ ନିଜ ପରିବାର ପାଇଁ ସମୟ ବାହାର କରିଥାନ୍ତି । ପୁଅ ଓ ଝିଅ ସହିତ କ୍ୱାଲିଟି ଟାଇମ୍ ବିତାଇବାର ଅନେକ ଫଟୋ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି ।
ବିଭିନ୍ନ ପାର୍ଟି ଓ ଇଭେଣ୍ଟରେ ରୋମାଣ୍ଟିକ୍ କପୁଲ୍ ଭାବେ ଅକ୍ଷୟ ଓ ଟ୍ୱିଙ୍କିଲ୍ ସିନେ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ବୈବାହିକ ଜୀବନରେ ଏମିତି ପର୍ଫେକ୍ଟନେସ୍ ରହିଥିଲେ ମଧ୍ୟ ଟ୍ୱିଙ୍କିଲ୍ ଅକ୍ଷୟଙ୍କ ବିରୁଦ୍ଧରେ କିଛି ଅଭିଯୋଗ ଆଣିଛନ୍ତି ।
କେବଳ ଏତିକି ନୁହେଁ ଅଭିଯୋଗଗୁଡ଼ିକର ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ଟ୍ୱିଙ୍କିଲ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଅଭିଯୋଗ ସମ୍ବନ୍ଧୀୟ କିଛି ଫଟୋ ମଧ୍ୟ ତାହା ସହିତ ସେୟାର୍ ହୋଇଛି । ତେବେ ତାଲିକାର ପ୍ରଥମ ଅଭିଯୋଗ ହେଉଛି – ‘ବିବାହର ୧୮ ବର୍ଷ ମଧ୍ୟରେ ଅକ୍ଷୟ ଟ୍ୱିଙ୍କିଲଙ୍କ ପାଇଁ ଏକ ପ୍ରାଇଭେଟ୍ ଜେଟ୍ର ବ୍ୟବସ୍ଥା କରିନାହାନ୍ତି’। ବିବାହ ପୂର୍ବରୁ ଟ୍ୱିଙ୍କିଲଙ୍କ ଏକ ପ୍ରାଇଭେଟ୍ ଜେଟ୍ ଥିଲା । ଦ୍ୱିତୀୟ ଅଭିଯୋଗ ହେଉଛି – ଟ୍ୱିଙ୍କିଲ୍ରଙ୍କ ପିଲାଦିନର ବନ୍ଧୁଙ୍କ ସହିତ ସେ ୧୮ ବର୍ଷ ସାକ୍ଷାତ କରିନାହାନ୍ତି । ତେଣୁ ଏ କ୍ଷେତ୍ରରେ ଅକ୍ଷୟ କେବେ ମଧ୍ୟ ଧ୍ୟାନ ଦେଇନାହାନ୍ତି । ତୃତୀୟ ଅଭିଯୋଗ ହେଉଛି ‘ମିଷ୍ଟର୍ ରଣବୀର୍ ସିଂଙ୍କ ସହିତ ଅକ୍ଷୟ ଆଲିଙ୍ଗନ କରିଛନ୍ତି । କିନ୍ତୁ ଫେବରାଇଟ୍ ଆକ୍ଟର୍ ରଣବୀରଙ୍କ ସହିତ ମୋତେ ଏମିତି ସୁଯୋଗ ଦିଆଯାଇନାହିଁ ।
କେବଳ ଅଭିଯୋଗ ନୁହେଁ ବିବାହର ୧୮ ବର୍ଷ ମଧ୍ୟରେ ଅକ୍ଷୟ ଟ୍ୱିଙ୍କିଲ୍ଙ୍କୁ କ’ଣ ସବୁ ଖୁସି ଦେଇଛନ୍ତି, ତାହାକୁ ମଧ୍ୟ ଟ୍ୱିଙ୍କିଲ୍ ବେଶ୍ ଇମୋସନାଲ୍ ଢଙ୍ଗରେ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।
ତୃତୀୟ ଅଭିଯୋଗ ହେଉଛି ‘ମିଷ୍ଟର୍ ରଣବୀର୍ ସିଂଙ୍କ ସହିତ ଅକ୍ଷୟ ଆଲିଙ୍ଗନ କରିଛନ୍ତି । କିନ୍ତୁ ଫେବରାଇଟ୍ ଆକ୍ଟର୍ ରଣବୀର୍ଙ୍କ ସହିତ ମୋତେ ଏମିତି ସୁଯୋଗ ଦିଆଯାଇନାହିଁ । କେବଳ ଅଭିଯୋଗ ନୁହେଁ ବିବାହର ୧୮ ବର୍ଷ ମଧ୍ୟରେ ଅକ୍ଷୟ ଟ୍ୱିଙ୍କିଲ୍ଙ୍କ ୁ କ’ଣ ସବୁ ଖୁସି ଦେଇଛନ୍ତି, ତାହାକୁ ମଧ୍ୟ ଟ୍ୱିଙ୍କିଲ୍ ବେଶ୍ ଇମୋସନାଲ୍ ଢଙ୍ଗରେ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।
http://odishatime.com/living-coral-color-fashion/(opens in a new tab)