୯ବର୍ଷ ପରେ ଫେରିବେ ଅକ୍ଷୟ ଓ କାଟ୍ରିନା ଯୋଡ଼ି

ସିନେପ୍ରେମୀଙ୍କ ପାଇଁ ଧମାକେଦାର୍ ଖବର । ଅନସ୍କ୍ରୀନର ହିଟ୍ ଓ ହଟ୍ ଯୋଡ଼ି ଅକ୍ଷୟ ଓ କାଟ୍ରିନା ୯ ବର୍ଷ ପରେ ପୁଣିଥରେ ଏକାଠୀ ସ୍କ୍ରୀନ୍ ସେୟାର୍ କରିବାକୁ ଯାଉଛନ୍ତି । ଏହି ଯୋଡ଼ିଙ୍କୁ ସାଇନ୍ କରିଛନ୍ତି ରୋହିତ ସେଟ୍ଟି । ‘ସିମ୍ବା’ର ସଫଳତା ପରେ ଆଉ ଏକ ଆକ୍ସନଭିତ୍ତିକ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଯୋଡ଼ିଙ୍କ କେମେଷ୍ଟ୍ରୀ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମ ଆନାଉନ୍ସମେଣ୍ଟର ଏକ ନିଆରା ତରିକା ଭାବେ ‘ସିମ୍ବା’ ଶେଷ ହେବା ପରେ ଦର୍ଶକ ପରଦା ଉପରେ ‘ସୂର୍ଯ୍ୟବଂଶୀ’ର ଝଲକ ଦେଖିବାକୁ ପାଇଥିଲେ, ଯାହାକି ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ଥିଲା । ‘ସୂର୍ଯ୍ୟବଂଶୀ’ ଫିଲ୍ମ ଟିମ୍ ସହିତ ଅକ୍ଷୟ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର୍ କରିବା ସହ କାଟ୍ରିନାଙ୍କୁ ଏକ ନୂଆ ନାଁ ଦେଇଛନ୍ତି ‘ସୂର୍ଯ୍ୟବଂଶୀ ଗାର୍ଲ’ ।

କରଣ ଜୋହର୍ ଫିଲ୍ମର କାହାଣୀ ଲେଖିଥିବାବେଳେ ରୋହିତ୍ ନିର୍ଦ୍ଦେଶନା ଦେବେ । ଅକ୍ଷୟ ଓ କ୍ୟାଟଙ୍କ ଯୋଡ଼ି ପୂର୍ବରୁ ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି । ୨୦୧୦ରେ ମୁକ୍ତିଲାଭ କରିଥିବା ‘ତିସ୍ ମାର୍ ଖାଁ’ରେ ଶେଷଥର ପାଇଁ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା । ତେଣୁ ୯ ବର୍ଷ ପରେ ପୁଣିଥରେ ଏହି ଯୋଡ଼ି ବଡ଼ ପରଦାକୁ ଆସୁଥିବାର ଖବର ଶୁଣିବା ସିନେ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *